Below header

ବର୍ଷୀୟାନ ସିନେତାରକା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ସାମ୍ନାକୁ ଆସିଲା ଫଟୋ

ବର୍ଷୀୟାନ ସିନେତାରକା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଛନ୍ତି । ବଲିଉଡର ବର୍ଷିୟାନ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି । ତାଙ୍କ କିଡନୀରେ ଷ୍ଟୋନ ହୋଇଥିବାରୁ ବେଙ୍ଗାଳୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଜଣାଯାଇଛି । ଏନେଇ ମିଥୁନଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ମିଥୁନ ସୁସ୍ଥ ଥିବା ଓ ସେପରି କୌଣସି ଅସୁବିଧା ନଥିବା ନେଇ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି । ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହୋଇସାରିଛନ୍ତି । ସେପଟେ ଅସୁସ୍ଥ ଫଟୋ ସାମ୍ନାକୁ ଆସିବା ପରେ ଅସ୍ଥିର ହୋଇପଡିଥିଲେ ମିଥୁନଙ୍କ ଫ୍ୟାନ୍ସ ।

ବାଙ୍ଗାଲୋରର ଏକ ବେସରକାରୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି । ଖବର ଅନୁଯାୟୀ ତାଙ୍କ ପେଟରେ ଖୁବ ଜୋରରେ ଦରଜ ହେବା ସହ ଜ୍ୱର ମଧ୍ୟ ହୋଇଥିଲା । ଏହା ସହ ଅନ୍ୟ କିଛି ଲକ୍ଷଣ ବି ନଜର ଆସିଥିଲା | ପେଟରେ ପଥୁରୀ ହେବା କାରଣରୁ ଖୁବ ଜୋର୍ରେ ପେଟ ଦରଜ ହୋଇଥିଲା । ଡିସ୍ଚାର୍ଜ ହେବା ପରେ ଖୁବ ସୁସ୍ଥ ଅନୁଭବ କରୁଥିବା ଜଣାଯାଇଛି । ଖବର ସାମ୍ନାକୁ ଆସିବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଅନୁପମ ହଜାର ଆକ୍ଟରଙ୍କ ଏକ ଫଟୋ ଟ୍ୱିଟ କରି ଲେଖିଛନ୍ତିକି, ” ଆମେ ଆପଣଙ୍କ ସୁସ୍ଥତା କାମନା କରୁଛୁ ମିଥୁନ ଦା ।”

ଏକ ରାଜନୈତିକ ଦଳର ସଚିବଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଯେଉଁଥିରେ ଦେଖାଯାଇଛିକି ମିଥୁନ ହସ୍ପିଟାଲ ବେଡ଼ରେ ଶୋଇଛନ୍ତି ଓ ଆଖି ବନ୍ଦ କରିଛନ୍ତି ।ଯାହାକୁ ଦେଖି ଫ୍ୟାନ୍ସ ମାନେ ଖୁବ ବ୍ୟତିବ୍ୟସ୍ତ ହୋଇପଡିଥିଲେ । କାମ ଦୃଷ୍ଟିରୁ ଦେଖିଲେ ମିଥୁନ ଟିଭି ରିୟାଲିଟି ସୋ’ “ହୁନରବାଜ”ରେ ଜଜ ହିସାବରେ ନଜର ଆସିଥିଲେ । ଏହା ବ୍ୟତୀତ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ “ଦ କାଶ୍ମିରୀ ଫାଇଲ୍ସ” ରେ ବି ଏକ ପ୍ରମୁଖ ଭୂମିକା ନିଭେଇଥିଲେ ମିଥୁନ ଦା’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.