ଲାଇଭ୍‌ ମ୍ୟାଚ ଚାଲିଥିବା ବେଳେ ରାଗରେ ଗାଳି କରିଦେଲେ ଗୌତମ ଗମ୍ଭୀର, ଭାଇରଲ ହେଉଛି ଭିଡିଓ

ଚଳିତ ଆଇପିଏଲ୍‌ ସିଜିନର ୪୫ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଲକ୍ଷ୍ମୌ ମାତ୍ର ୬ ରନରେ ମ୍ୟାଚ ଜିତିଥିଲା। ଲକ୍ଷ୍ମୌ ସୁପରଜିଆଣ୍ଟସ ଜିତିବା ପରେ ଟିମ୍‌ ମେମ୍ବର ଖୁସିରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। ଏହା ମଧ୍ୟରେ ଟିମର ମେଣ୍ଟର ତଥା ଅଲରାଉଣ୍ଡର ଗୌତମ ଗମ୍ଭୀର ଏମିତି ପ୍ରତିକ୍ରିୟା ଦେଇଛନ୍ତି, ଯାହା ଏବେ ଭାଇରଲ ହେବାରେ ଲାଗିଛି।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ସାଂସଦ ଗୌତମ ଗମ୍ଭୀର ସବୁବେଳେ କିଛି ନା କିଛି ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଲକ୍ଷ୍ନୌର ବିଜୟ ପରେ ଗୌତମ ଗମ୍ଭୀର ନିଜର ହିତାହିତ ଜ୍ଞାନ ହଜାଇ ଦେଇଥିଲେ । ଗମ୍ଭୀର ନିଜ ସିଟ୍ ଛାଡ଼ି ଏପରି ସେଲିବ୍ରେଟ କରିବାକୁ ଲାଗିଥିଲେ କି ସମସ୍ତଙ୍କ ଧ୍ୟାନ ତାଙ୍କ ଆଡକୁ ଆକର୍ଷିତ ହୋଇଥିଲା। ଏହାସହ ଏପରି ଜୋସରେ ଥିଲେ କି ଏହି ସମୟରେ ତାଙ୍କ ମୁହଁରୁ ଗାଳି ବି ବାହାରି ପଡ଼ିଥିଲା ।

ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ଥିବା ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଯାଇଥିଲା। ଶେଷ ଓଭରରେ ଦୁଇଟି ଯାକ ଟିମ୍‌ ଜିତିବାର ସ୍ଥିତି ଆସିଯାଇଥିଲା। ତେଣୁ ରୋମାଞ୍ଚକର ସ୍ଥିତିକୁ ନେଇ ଗମ୍ଭୀର ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଫଳରେ ଏପରି ଘଟଣା ଘଟିଥିଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଟସ୍‌ ଜିତି ଲକ୍ଷ୍ମୌ ସୁପରଜିଆଣ୍ଟସ ୨୦ ଓଭରରେ ୧୯୫ ରନ୍‌ କରିଥିଲା। କେଏଲ ରାହୁଲ ସର୍ବାଧିକ ୭୭ ରନ୍ କରିଥିଲେ । ତେବେ ଜବାବରେ ଦିଲ୍ଲୀ ୧୮୯ ରନରେ ଅଟକି ଯାଇଥିଲା । ଋଷଭ ପନ୍ତ ସର୍ବାଧିକ ୪୪ ରନ, ଅକ୍ଷର ପଟେଲ ଅପରାଜିତ ରହିଛି ୪୨ ରନ୍‌ କରିଥିଲେ। ସୁପରଜିଆଣ୍ଟସ ପକ୍ଷରୁ ମୋହାସିନ ଖାନ୍‌ ସବୁଠାରୁ ଅଧିକ ଚାରି ଓ୍ଵିକେଟ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.