ପାରାଦୀପ(କେନ୍ୟୁଜ): ପାରାଦୀପରେ ମାଛ ମଡ଼କ। ପୋଖରୀରେ ଭାସୁଛି ଟନ୍ ଟନ୍ ମାଛ। ୫ ନମ୍ବର ୱାର୍ଡରେ ଥିବା ବଟନଦୀ ନିକଟସ୍ଥ ଏକ ପୋଖରୀରେ ଆଜି ସକାଳୁ ଟନ୍ ଟନ୍ ମାଛ ଭାସୁଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ ପ୍ରଭାକର ଲେଙ୍କା ଦୀର୍ଘ ଦିନ ହେବ ଏକ ଘେରିରେ ମାଛ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଆଜି ସକାଳୁ ଘେରିରେ ରୋହି, ଭାକୁର ଆଦି ମାଛ ମରି ଭାସୁଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ। କେହି ପୋଖରୀରେ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି।