COVID-19: ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସହାୟତା କରିବାକୁ ଆଗକୁ ଆସିଲେ ବଲିଉଡ ଅଭିନେତ୍ରୀ ବିଦ୍ୟା ବଲାନ, ଡୋନେଟ କରିବେ 1,000 PPE କିଟ

କରୋନା ଯୁଦ୍ଧ ଲଢ଼ୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବଲାନ 1,000 ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE) ଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟା ନିଜ ଫେସବୁକ ପେଜରେ ଭିଡ଼ିଓ ପୋଷ୍ଟ କରି କହିଛନ୍ତି କି, ‘PPE ପାଇଁ ଫଣ୍ଡ ଏକାଠି କରିବାକୁ ସେ ‘Tring’ ୱେବସାଇଟର ସହାୟତା ନେଇଛନ୍ତି’।

ଅଭିନେତ୍ରୀଙ୍କ ଟିମ ଦ୍ୱାରା ଜାରି ଏକ ବୟାନ ଅନୁସାରେ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ 1,000 PPE ଉପଲବ୍ଧ କରାଇବା ପାଇଁ ସେମାନେ Tring ଛଡ଼ା ଦୃଶ୍ୟମ ଫିଲ୍ମସର ମନୀଷ ମୁନ୍ଦଡା ଓ ଫଟୋଗ୍ରାଫର ତଥା ନିର୍ମାତା ଅତୁଲ କସବେକରଙ୍କ ସହିତ ବି ହାତ ମିଳାଇଛନ୍ତି।

ବିଦ୍ୟା Tring ଜରିଆରେ ଦାନ ଦେବାକୁ ଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇବେ। ଏଥିପାଇଁ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଯାଇ ବ୍ୟକ୍ତିଗତ ଭିଡ଼ିଓ ବାର୍ତ୍ତା ମଧ୍ୟ ପଠାଇବେ। ଦାନ ଦେବାକୁ ଥିବା ଲୋକଙ୍କୁ ଅଭିନେତ୍ରୀଙ୍କ ସହ 2 ମିନିଟ ଭିଡ଼ିଓ କଲରେ କଥା ହେବାର ମଉକା ବି ମିଳିବ। ତେବେ ବିଦ୍ୟା କହିଛନ୍ତି, ପ୍ରତ୍ୟେକ PPEର ଦାମ 650 ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.