Below header

ଅନୁଷ୍କାଙ୍କ ପୂର୍ବରୁ ବ୍ରାଜିଲ୍‌ ଅଭିନେତ୍ରୀଙ୍କ ସହ ଡେଟ୍‌ କରୁଥିଲେ ବିରାଟ କୋହଲି, ଭାଇରାଲ ହେଉଛି ଫଟୋ

ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଭୟେ ଉଭୟଙ୍କ ୁ ବହୁତ ପ୍ରେମ କରନ୍ତି । ଉଭୟଙ୍କ ବିବାହ ମଧ୍ୟ ବହୁତ ସଫଳ ବୋଲି କୁହାଯାଏ । ହେଲେ ଅନୁଷ୍କାଙ୍କୁ ବିବାହ କରିବା ପୂର୍ବରୁ ବିରାଟ ବ୍ରାଜିଲ୍‌ ଅଭିନେତ୍ରୀ ଇଜାବେଲ୍‌ ଲେଇଟ୍‌ଙ୍କ ସହ ଡେଟ୍‌ କରୁଥିଲେ ।

ବିରାଟ ଓ ଅନୁଷ୍କାଙ୍କ ବିବାହ ଇତି ମଧ୍ୟରେ ୩ ବର୍ଷ ବିତି ଗଲାଣି । ହେଲେ ଏବେ ବି ଦୁହିଁଙ୍କ ଲଭ ଷ୍ଟୋରି ନେଇ ଚର୍ଚ୍ଚା ଚାଲିଛି । ୨୦୧୩ ରେ ବିରାଟ ଅନୁଷ୍କା ଡେଟିଂରେ ଯାଉଥିଲେ । ୨୦୧୭ ରେ ଉଭୟଙ୍କ ବିବାହ ହେଲା ।

ହେଲେ କିଛି ରିପୋର୍ଟ ଅନୁଯାୟୀ, ବିରାଟ ଅନୁଷ୍କାଙ୍କ ପୂର୍ବରୁ ବ୍ରାଜିଲ୍‌ ଅଭିନେତ୍ରୀ ଇଜାବେଲ୍‌ ଲେଇଟଙ୍କ ସହ ଡେଟିଂରେ ଥିଲେ । ବିରାଟ ଓ ଇଜାବେଲ୍‌ଙ୍କ ଏହି ଫଟୋ ଏବେ ବି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ବ୍ରାଜିଲ ଅଭିନେତ୍ରୀ ଇଜାବେଲ୍‌ଙ୍କ ସହ ନଜର ଆସୁଛନ୍ତି । ସୂଚନାଯୋଗ୍ୟ ଯେ ଇଜାବେଲ୍‌ ମଧ୍ୟ ବଲିଉଡରେ କାମ କରିସାରିଛନ୍ତି ।

ଇଜାବେଲ୍‌ ଅମୀର ଖାନ୍‌ଙ୍କ ସହ ୨୦୧୨ ରେ ରିଲିଜ ହୋଇଥିବା ‘ତଲାସ : ଦି ଆଂସର ଲାଇଜ୍‌ ଓ୍ଵିଦିନ୍‌’ ରେ ଡେବ୍ୟୁ କରିଥିଲେ । ଅନୁଷ୍କାଙ୍କ ସହ ରିଲେସନସିପ୍‌ ରେ ଆସିବା ପୂର୍ବରୁ ବିରାଟ ଇଜାବେଲ୍‌ଙ୍କୁ ପ୍ରାୟ ଦୁଇ ବର୍ଷ ଧରି ଡେଟିଂ କରୁଥିଲେ । ଇଜାବେଲ କେତେକ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.