ଖାଲିପେଟରେ ଖାଆନ୍ତୁ ଏହି ୩ଟି ଜିିନିଷ, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ରଖିବ ମଜବୁତ

କରୋନାରେ ନିଜ ଇମ୍ୟୁନି ସିଷ୍ଟମକୁ ମଜବୁତ ରଖିବା ପାଇଁ ଅନେକ ପ୍ରକାର ଟିପ୍ସ ସାମ୍ନାକୁ ଆସୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ୩ଟି ଜିନିଷ କଥା କହିବାକୁ ଯାଉଛୁ , ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବ । ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଯେକୌଣସି ଭାଇରସ ଦ୍ୱାରା ଆପଣ ସଂକ୍ରମିତ ହେବାର ବିପଦ କମିଯାଇଥାଏ । ଚାଲନ୍ତୁ ଜାଣିବା ସେହି ୩ ଟି ମହୌଷଧି ସଂପର୍କରେ ଯାହା ଆପଣଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିବ ।

– ପ୍ରତିଦିନ ସକାଳୁ ଖାଲି ପେଟରେ ରସୁଣ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରରେ
ରୋଗପ୍ରତିରୋଧକ ଶକ୍ତି ବଢ଼ିବ । ଏଥିରେ ଆଣ୍ଟିବାକ୍ଟେରିଆଲ ଓ ଆଣ୍ଟି ବାୟୋଟିକ ଗୁଣ ରହିଥାଏ । ଯାହା ଆପଣଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିବ । ଏହାକୁ ଖାଲି ପେଟରେ ୧ ରୁ ୨ ଖଣ୍ଡ ଖାଇପାରିବେ ।

– ଅଁଳା ଶରୀର ପାଇଁ ହୋଇଥାଏ ସବୁଠୁ ବେଷ୍ଟ । ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ରୂପେ ହୋଇଥାଏ । ଏହାସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହାକୁ ଉଷୁମ ପାଣିରେ ଖାଇବା ଦ୍ୱାରା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଶରୀର ସୁସ୍ଥ ରହିଥାଏ ।

– ମହୁକୁ ସକାଳୁ ଆପଣ ଖାଲି ପେଟରେ ଗରମ ପାଣିରେ ପକାଇ ପିଇପାରିବେ । ଏହା ଓଜନ କମାଇବା ସହ ଖାଲି ପେଟରେ ମହୁ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.