ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। କୌଣସି ଆଇନଗତ ନିଷ୍ପତି ଆପଣଙ୍କ ପକ୍ଷ ହୋଇପାରେ। ବର୍ତ୍ତମାନ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ। ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ।

brushaବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ ରୁହନ୍ତୁ। ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

mithunaମିଥୁନ : ଆଜି ଆପଣଙ୍କର ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେତେ କଠିନ କାମ ହେଲେ ମଧ୍ୟ ଆପଣ ସହଜରେ ସମାଧାନ କରିପାରିବେ। ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

karkataକର୍କଟ : ଆଜି କୌଣସି ଗମ୍ଭୀର ସମସ୍ୟାର ସମାଧାନ ହେବା ସହ ସଫଳତା ପ୍ରାପ୍ତି ହେବ। ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

singhaସିଂହ : କୌଣସି ଖାସ୍ ଚିନ୍ତାଧାରା ଆଜି ଆପଣଙ୍କୁ ବଦଳାଇ ପାରେ। ଲୋକମାନଙ୍କ ନିକଟରେ ପ୍ରଶଂସନୀୟ ହେବେ। ଧର୍ମକାର୍ଯ୍ୟରେ ଯୋଗ ଦେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ ।

kanyaକନ୍ୟା : ଅଦାଲତ ସମ୍ବନ୍ଧିତ କୌଣସି ଘଟଣାର ନିଷ୍ପତି ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ଦ୍ବାରା ଆପଣ ଉପକୃତ ହୋଇପାରିବେ।

tulaaତୁଳା : ଆଜି ଆପଣ ନମ୍ର ସ୍ବଭାବରେ ସମସ୍ତିଙ୍କ ମନକୁ ଜିତି ପାରିବେ। କୌଣସି ପରିସ୍ଥିତରେ ମଧ୍ୟ ଆପଣ ସମସ୍ତ ସମସ୍ୟାର ସମଧାନ କରିପାରିବେ।

bichhaବିଛା : ଆଜି ଆପଣଙ୍କ ପ୍ରତିଯୋଗିତା ମନୋଭାବ ରହିବ। ଜୀବନର ଅନେକ କ୍ଷେତ୍ରରେ ଆପଣ ଠିକ୍ ନିଷ୍ପତି ନେଇଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ପରିବାରରେ ଅଧିକ ଉଗ୍ର ହୁଅନ୍ତୁ ନାହିଁ।

dhanuଧନୁ : ଆଜି ଆପଣ ଶାରୀରିକ ଏବଂ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିବେ। ଘର ହେଉ କିମ୍ବା କାର‌୍ୟ୍ୟ ସ୍ଥଳ ଆପଣଙ୍କ ଆକର୍ଷଣ ବ୍ୟକ୍ତିତ୍ବ ସମସ୍ତିଙ୍କୁ ବିମୋହିତ କରିବ।

makaraମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ। ଆପଣଙ୍କ ଓକିଲଙ୍କ ପରାମର୍ଶ କାର‌୍ୟ୍ୟକ୍ଷମ ହେବ। ପରିସ୍ଥିତିକୁ ବୁଝି ନିଷ୍ପତି ନିଅନ୍ତୁ। ଅହଂଭାବ ଦୂର କରନ୍ତୁ । ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ।

kumbhaକୁମ୍ଭ : ଆଜି ଆପଣଙ୍କ କଳା କ୍ଷେତ୍ର କୌଣସି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ। ଆପଣ ଚାହୁଁଥିବା ଜିନିଷ ନିଶ୍ଚୟ ପ୍ରାପ୍ତ ହେବ। ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ।

minaମୀନ : ଆଜି ଆପଣ କୌଣସି ପରିସ୍ଥିତିରେ ଆଇନଗତ ସମସ୍ୟାରୁ ମୁକ୍ତି ପାଇପାରନ୍ତି। କୌଣସି ଗଣ୍ଡଗୋଳରେ ସାମିଲ ହୋଇପାରନ୍ତି। ଯଦି ସମ୍ଭବ ହୋଇପାରେ ଏହି ସବୁ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.