ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ । ବାଧ୍ୟ କରିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୋମାଟୋର ଦାଦାଗିରି ଚଳିବ ନାହିଁ ନାରା ଦେଇ ଏମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନ ଏବେ ଏକ ସପ୍ତାହରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.