Below header

ଏହି ରାଶିର ଲୋକଙ୍କର ହେବ ମାନ ସମ୍ମାନ ବୃଦ୍ଧି, ଜାଣନ୍ତୁ ଆଜି କ’ଣ ରହିଛି ଆପଣଙ୍କ ରାଶିରେ

ଆଜି ଭାଗ୍ୟ ଆପଣଙ୍କୁ ଭରପୂର ସାଥ୍‌ ଦେବ। ନୂଆ ଯୋଗାଯୋଗରୁ ଫାଇଦା ହୋଇପାରେ। ଆଜି ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ।

ମେଷ: ଆପଣଙ୍କୁ ଚାକିରି କିମ୍ବା କାର୍ଯ୍ୟ ସହ ଜଡିତ କୌଣସି ନୂଆ ବିକଳ୍ପ ମିଳିପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ।

ବୃଷ: ଆଜି ଆପଣ ନିଜ ବରିଷ୍ଠମାନଙ୍କ ଅବହେଳାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ସହଯୋଗୀ ଆପଣଙ୍କ ଦୁର୍ବଳତାର ଫାଇଦା ନେବେ।

ମିଥୁନ: ଆଜି ହଠାତ୍ ଘରକୁ କିଛି ଅତିଥି ଆସିବେ। ଏହି ରାଶିର ବିଦ୍ୟାର୍ଥୀମାନଙ୍କୁ ଆଜି କଠିନ ପରିଶ୍ରମ କରିବାର ଆବଶ୍ୟକ ରହିଛି। କୌଣସି କାମ ଆରମ୍ଭ କରିବା ପୂର୍ବରୁ ଜୀବନସାଥୀଙ୍କଠାରୁ ପରାମର୍ଶ ନିଅନ୍ତୁ।

କର୍କଟ: ଆଜି ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ଭୌତିକ ସୁଖ ସୁବିଧା ପ୍ରତି ଆପଣଙ୍କ ଆକର୍ଷଣ ବୃଦ୍ଧି ପାଇବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସନ୍ତାନଙ୍କୁ ନେଇ ଖୁସି ଖବର ମିଳିବ।

ସିଂହ: ଆଜି ଭାଗ୍ୟ ଆପଣଙ୍କୁ ଭରପୂର ସାଥ୍‌ ଦେବ। ନୂଆ ଯୋଗାଯୋଗରୁ ଫାଇଦା ହୋଇପାରେ। ଆଜି ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ।

କନ୍ୟା: ଆଜି ଆପଣ ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାରେ ସଫଳ ହେବେ। ଆପଣଙ୍କ ଖୁସି ଆଚରଣ ଘରେ ସୁଖଦ ପରିବେଶ ସୃଷ୍ଟି କରିବ।
ତୁଳା: ଆଜି ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବିବାହ ପ୍ରସ୍ତାବ ବି ମିଳିବାର ଯୋଗ ରହିଛି।
ବିଛା: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କ ସାମାଜିକ ସ୍ଥିତିରେ ସୁଧାର ଆସିବ।

ଧନୁ: ଆଜି ଆପଣ ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଆପଣ ଯେଉଁ କାମ କରିବେ, ତାହା ସମୟ ପୂର୍ବରୁ ସମାପ୍ତ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀଙ୍କ ପରାମର୍ଶ ନେବା ଲାଭଦାୟକ ରହିବ।

ମକର: କୌଣସି କାମ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡିବ। ମାନସିକ ଅଶାନ୍ତି ଯୋଗୁ କାର୍ଯ୍ୟରେ ମନ ଲାଗିବ ନାହିଁ। ନିଜ ହୃଦୟର କଥା ପାର୍ଟନରଙ୍କୁ ବିଲକୁଲ ବି ଲୁଚାନ୍ତୁ ନାହିଁ।

କୁମ୍ଭ: ଆଜି ମିଶ୍ରିତ ପରିଣାମ ମିଳିବ। ବେକାର କାର୍ଯ୍ୟକଳାପରେ ଆପଣଙ୍କ ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ନିଜର ନିଷ୍ପତ୍ତି ଉପରେ ଉଚିତ୍‌ ଧ୍ୟାନ ଦିଅନ୍ତୁ।

ମୀନ: ଆଜି ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ସୁଯୋଗ ମିଳିବ। ରାଜନୀତି କରୁଥିବା ଲୋକଙ୍କର ସମାଜରେ ଏକ ଭଲ ଭାବମୂର୍ତ୍ତି ପ୍ରତିଷ୍ଠା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.