Below header

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ନିଜ କଥା ଉପରେ ଧ୍ୟାନ ରଖିବେ, ନଚେତ କାହା ସହ ଝଗଡା ହୋଇପାରେ । ଲଭ୍‌ମେଣ୍ଟଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ ରହିବ । ଆର୍ଥିକ ଲାଭ ହୋଇପାରେ ।

ମେଷ : ଏହି ରାଶିର ଲୋକମାନେ ଆଜି କଠିନ ପରିସ୍ଥିତିର ସାମ୍ନା କରିପାରନ୍ତି । ଆପଣ ଆଜି ଏପରି କିଛି କାମ କରିବେ, ଆଗକୁ ଯାଇ ତାହାର ଶୁଭ ଫଳ ମିଳିବ । ପିଲାମାନେ ଆଜି କିଛି କାମ ପାଇଁ ଅନ୍ୟ ଲୋକଙ୍କ ସହ ଡିଲ୍‌ କରିବେ । ଘରର ବଡ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ କାଟିବେ ।

ବୃଷ : ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଧର୍ଯ୍ୟ ରଖିବାକୁ ପଡିବ । ଯାହାଦ୍ୱାରା ଆଗକୁ ଯାଇ ଖୁସି ମିଳିବ । ଭଲ କାମ କରିବା ଯୋଗୁ ଆର୍ଥିକ ଲାଭ ମିଳିବ । ଲଭ୍‌ମେଣ୍ଟଙ୍କ ସହ ଝଗଡା ହୋଇପାରେ । ଘର କାମରେ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇପାରେ । ମା ଓ ବାପାଙ୍କ ସହ ଖୁସିର ସମୟ କାଟିବେ ।

ମିଥୁନ : ଏହି ରାଶି ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ବଡ ଲୋକମାନଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରିବା ଉଚିତ୍, କାରଣ ଆପଣ ଏହି ଲୋକଙ୍କଠାରୁ ବହୁତ କିଛି ଶିଖିବେ । ବ୍ୟବସାୟ କରୁଥିବା ଲୋକେ ଆଜି ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ । ଅନ୍ୟ କାହାକୁ କାମ ବିଷୟରେ ବୁଝାଇ ପାରନ୍ତି । ଆଜି ସାଙ୍ଗ କିମ୍ବା ଅନ୍ୟ କେହି ଲୋକ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ଘରର ସମସ୍ତ ସଦସ୍ୟଙ୍କ ସହଯୋଗରେ ପାରିବାରିକ ପରିବେଶ ଭଲ ରହିବ । ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ, ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କର୍କଟ : ଆଜି ଆପଣଙ୍କର ମାନସିକ ଚିନ୍ତା ରହିବ । କିନ୍ତୁ କିଛି ସମୟରେ ଏହି ଚିନ୍ତା ଦୂର ହେବ । ଆପଣ ଆଜି ଘରେ କିଛି କାମ ପାଇଁ ଅର୍ଥ ବିନିଯୋଗ କରିବେ । ଯାହା ଆଗକୁ ଯାଇ ଶୁଭ ଫଳ ଦେବ । ପରିବାର ଓ ସାଙ୍ଗଙ୍କ ସହ ଖୁସିର ସମୟ କାଟିବେ । ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡିବ, ନଚେତ କେହି ଆପଣଙ୍କୁ ହଇରାଣ କରିପାରନ୍ତି । ବ୍ୟବସାୟ କରୁଥିଲେ ସାମଧାନ ରହିବାକୁ ପଡିବ । ଦାମ୍ପତ୍ୟ ଜୀବନରେ ଝଗଡା ହୋଇପାରେ ।

ସିଂଘ : ଆପଣ ଯଦି କୌଣସି ପ୍ରକାରର ଚିନ୍ତାରେ ଥିଲେ, ତାହା ଦୂର ହୋଇପାରେ । ବ୍ୟବସାୟ କରୁଥିବା ଲୋକଙ୍କୁ ଭାବିବିଚାରି କାମ କରିବା ଉଚିତ । କାହା ସହ ଝଗଡା ପାଇଁ ଆପଣ ଦୁଃଖରେ ରହିପରିନ୍ତି । ଆପଣଙ୍କୁ ଆଜି ନିଜ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପଡିବ । ସମସ୍ତଙ୍କ ସହିତ ସମ୍ପର୍କ ଭଲ କରିବା ପାଇଁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ ।

କନ୍ୟା : ଆପଣ ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଆଜି କାହାକୁ କିଛି ବୁଝେଇବା ପାଇଁ ଚେଷ୍ଟା କରିପାରନ୍ତି, ଯେଉଁଥି ପାଇଁ ବିରକ୍ତ ହୋଇପାରନ୍ତି । ଅଫିସ୍‌ କାମ ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି । କାମ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ, ଯାହାଦ୍ୱାରା ଆପଣ ଖୁସି ରହିବେ ।

ତୁଳା : ମହିଳାମାନେ ଆଜି ନିଜ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବା ଜରୁରୀ । ଖର୍ଚ୍ଚ କରିବା ପୂର୍ବରୁ ଭାବିବିଚାରି ଖର୍ଚ୍ଚ କରନ୍ତୁ । ଯାହା ଆଗକୁ ଯାଇ ଆପଣଙ୍କୁ ଲାଭବାନ କରାଇପାରେ । କିଛି ଚିନ୍ତା କରିବା ଯୋଗୁ ଖୁସି ହୋଇପାରିବେ ନାହିଁ । ବେପାରିମାନଙ୍କ ପାଇଁ ଦିନଟି ଶୁଭ ରହିପାରେ । ବାହାରକୁ ଯାତ୍ରା କରିପାରନ୍ତି । ନିଜ ମନ ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ।

ବିଛା : ସ୍ୱାସ୍ଥ୍ୟ ଖରାପ ଥିଲେ ଠିକ୍‌ ହୋଇପାରେ । ଆଜି ଆପଣ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ, ଯାହା ଦ୍ୱାରା ଆଗକୁ ଯାଇ ଲାଭ ମିଳିବ । ଅଟକି ଥିବା କାମ ଘର ଲୋକଙ୍କ ସହିତ ମିଶି ପୂରା କରିପାରନ୍ତି । ଲଭ୍‌ମେଣ୍ଟଙ୍କ ସହ ଝଗଡା ହୋଇପାରେ । କିଛି କଥା ପାଇଁ ଚିନ୍ତିତ ରହିବେ । ଯଦି ଆପଣ କିଛି ପ୍ଲାନ୍‌ କରୁଛନ୍ତି, ତାହା ପୂରା ନ ହୋଇପାରେ । ଦାମ୍ପତ୍ୟ ଜୀବନ ଭଲ ରହିବ ।

ଧନୁ : ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅତ୍ୟଧିକ ଧ୍ୟାନ ଦେବାକୁ ପଡିବ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ନିଜ କଥା ଉପରେ ଧ୍ୟାନ ରଖିବେ, ନଚେତ କାହା ସହ ଝଗଡା ହୋଇପାରେ । ଲଭ୍‌ମେଣ୍ଟଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ ରହିବ । ଆର୍ଥିକ ଲାଭ ହୋଇପାରେ । କାମକୁ ମନ ଦେଇ କରିବା ଉଚିତ । ଜୀବନସାଥୀଙ୍କ ସହ ଖୁସିର ସମୟ କାଟିବେ । କିନ୍ତୁ ତାଙ୍କ ସହ ଅଳ୍ପ ଝଗଡା ମଧ୍ୟ ହୋଇପାରେ । ବାପାଙ୍କ ସହ ଖୁସିର ସମୟ କାଟିବେ ।

ମକର : ଆଜି ଆପଣ ନିଜ ଉପରେ ବିଶ୍ୱାସ ରଖିବେ । ଅର୍ଥ ପାଇଁ ଚିନ୍ତିତ ରହିପାରନ୍ତି । ପରିବାର ସହିତ ସମୟ କାଟିବା ଦ୍ୱାରା ଆଗକୁ ଭଲ ଫଳ ମିଳିବ । ବାହାରକୁ ଯିବା ପାଇଁ ଚିନ୍ତା କରୁଥିଲେ, ଆପଣଙ୍କ ପାଇଁ ଭଲ ରହିବ । ନିଜ ପାଇଁ ସମୟ ବାହର କରିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହ ଖୁସି ରହିବେ । ଲଭ୍‌ମେଣ୍ଟ ସହ ମଧ୍ୟ ବହାରକୁ ଯାଇପାରନ୍ତି ।

କୁମ୍ଭ : ଆଜି ଆପଣ କିଛି ଭଲ କଥା ଶିକ୍ଷିବେ । ବେପାର କରୁଥିଲେ ଭାବିବିଚାରି କରିବା ଉଚିତ । କୌଣସି କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ । ଆଜି ଆପଣ ଖୁସି ରହିବେ । ସନ୍ଧ୍ୟାରେ ଅନେକ କାର୍ଯ୍ୟ କରିବେ । ସାଙ୍ଗଙ୍କ ସହ ଭଲ ସମୟ କାଟିବେ । ମା’ଙ୍କ ଭଲ ପାଇବା ମିଳିବ ।

ମୀନ : ଆଜି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ । ଆପଣଙ୍କ ସ୍ୱାସ୍ଥ୍ୟ ଯେଉଁ ଜିନିଷ ଖରାପ ତାକୁ ଖାଇବାରୁ ବଞ୍ଚିବାକୁ ପଡିବ । ଆର୍ଥିକ ଲାଭ ହୋଇପାରେ । କାହା ସହ ଝଗଡା ହୋଇପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ । ଜୀବନସରଥୀଙ୍କ ସହ ଖୁସିର ସମୟ କାଟିବେ । ମନ ଅସାନ୍ତ ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.