ଚେନ୍ନାଇରେ ତାଣ୍ଡବ ରଚିଲା ମିଗଜୋମ: ଚାରିଆଡେ ଭୟଙ୍କର ବିଭୀଷିକା, ୫ମୃତ

ମିଗଜୋମ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ । ଚେନ୍ନାଇରେ ବର୍ଷା ଆଣିଛି ବିତ୍ପାତ । ଚାରିଆଡେ ଭୟଙ୍କର ବିଭୀଷିକା । ୫ଜଣଙ୍କ ଜୀବନ ଯାଇଛି। ଉବୁଟୁବୁ ହୋଇଛି ସହର । ଆଜି ବର୍ଷା କମିଥିଲେ ବି ଦୁର୍ଦ୍ଦଶା ଥମିନି । ଏବେ ବି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି ।

ନୂଆଦିଲ୍ଲୀ: ମିଗଜୋମ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ । ଚେନ୍ନାଇରେ ବର୍ଷା ଆଣିଛି ବିତ୍ପାତ । ଚାରିଆଡେ ଭୟଙ୍କର ବିଭୀଷିକା । ୫ଜଣଙ୍କ ଜୀବନ ଯାଇଛି। ଉବୁଟୁବୁ ହୋଇଛି ସହର । ଆଜି ବର୍ଷା କମିଥିଲେ ବି ଦୁର୍ଦ୍ଦଶା ଥମିନି । ଏବେ ବି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜଳାର୍ଣ୍ଣବ ହୋଇଛି ବିମାନ ବନ୍ଦର ପରିସର । ରନୱେରେ ପାଣିର ସୁଅ । ଜଳବନ୍ଦୀ ସ୍ଥିତି ଓ ଖରାପ ପାଗ ଯୋଗୁ ଆଜି ସକାଳ ୯ଟା ଯାଏ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି।

ଅନେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । କେଉଁଠି ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମୋଟର। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଫଳରେ ୱାଲାଝା ରୋଡ, ମାଉଣ୍ଟ ରୋଡ, ଆନ୍ନା ସଲାଇ, ଚେପକର ତଳିଆ ଅଞ୍ଚଳରେ ଘରେ ପଶିଛି ପାଣି। ଚେନ୍ନାଇ ସହ ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟ୍ଟୁର ସମସ୍ତ ଶିକ୍ଷାନୁଷ୍ଠାନ, ଘରୋଇ ଓ ସରକାରୀ ଅନୁଷ୍ଠାନକୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅନେକ ଟ୍ରେନ ଗତିପଥ ବଦଳିବା ସହ ବହୁ ଟ୍ରେନ ଚଳାଚଳ ବାତିଲ ହୋଇଛି। ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.