ଦୈନିକ ରାଶିଫଳ: କେଉଁ ରାଶିଙ୍କ ପାଇଁ ଆଜିର ଦିନଟି ଭଲ, ଜାଣନ୍ତୁ

ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭାଗ୍ୟ ସାଥ୍‌ ଦେବ। ପ୍ରତିକୂଳ ପରିସ୍ଥିତିରେ ଆପଣ ଧୌର୍ଯ୍ୟର ସହିତ ଆଗକୁ ବଢ଼ିବେ। ଦୀର୍ଘ ଦିନରୁ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରେ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। କାହାଠାରୁ ଋଣ ନିଅନ୍ତୁ ନାହିଁ।

ମେଷ: ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଭାଗ୍ୟ ସାଥ୍‌ ଦେବ। ପ୍ରତିକୂଳ ପରିସ୍ଥିତିରେ ଆପଣ ଧୌର୍ଯ୍ୟର ସହିତ ଆଗକୁ ବଢ଼ିବେ। ଦୀର୍ଘ ଦିନରୁ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରେ।

ବୃଷ: ନିଜର ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। କୌଣସି କାର୍ଯ୍ୟକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମସ୍ୟା ଉପୁଜିପାରେ। କାହାଠାରୁ ଋଣ ନିଅନ୍ତୁ ନାହିଁ।

ମିଥୁନ: ଆଜି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସତର୍କ ରହିବାକୁ ପଡିବ। କୌଣସି ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବେ। ସହଭାଗୀତାରେ କୌଣସି କାର୍ଯ୍ୟ କରି ଲାଭବାନ ହେବେ।

କର୍କଟ: ଆଜିର ଦିନ ସକାରାତ୍ମକ ପରିଣାମ ନେଇ ଆସିବ। ଆତ୍ମବିଶ୍ୱାସ ଭରପୂର ରହିବ, ତେଣୁ ନିଜ କାର୍ଯ୍ୟରେ କଠିନ ପରିଶ୍ରମ କରିବେ। ଭ୍ରମଣ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ।

ସିଂହ: ଆଜିର ଦିନ ଏକ ଲାଭଦାୟକ ଦିନ ହେବ। ସାଙ୍ଗମାନଙ୍କ ସମର୍ଥନ ରହିବ। ନିଜର ଶକ୍ତିକୁ ଠିକ୍ କାର୍ଯ୍ୟରେ ଲଗାଇବେ, ନଚେତ୍ ସମସ୍ୟା ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ।

କନ୍ୟା: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କ ଘରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଯଦି ଏମିତି ଘଟେ, ତା’ ହେଲେ ଶାନ୍ତ ରୁହନ୍ତୁ। ଆପଣଙ୍କୁ କିଛି କଥାକୁ ଗୋପନୀୟ ରଖିବାକୁ ହେବ।

ତୁଳା: ଆଜି ଆବଶ୍ୟକ କାର୍ଯ୍ୟରେ ସାବଧାନ ରହିବାକୁ ପଡ଼ିବ। ସମସ୍ତଙ୍କ ସହିତ ସମ୍ମାନ ବଜାୟ ରଖନ୍ତୁ। ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ। ଘରେ ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ।

ବିଛା: ଆପଣ ବିନା ଦ୍ୱିଧାରେ ନିଜ କାର୍ଯ୍ୟରେ ଆଗକୁ ବଢ଼ନ୍ତୁ। ପରିବାରର କୌଣସି ସଦସ୍ୟଙ୍କର ବିବାହ ପ୍ରସ୍ତାବ ଉପରେ ମୋହର ବାଜିପାରେ। ପରିବେଶ ସୁଖଦ ରହିବ। ସମ୍ପର୍କୀୟ ସାହାଯ୍ୟ କରିବେ।

ଧନୁ: ଆପଣଙ୍କ ମାନ ସମ୍ମାନ ବଢ଼ିବ। କୌଣସି ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇବେ। ପାରିବାରିକ ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିବେ। ନିଜର ଆୟ ଓ ବ୍ୟୟରେ ସନ୍ତୁଳନ ବଜାୟ ରଖନ୍ତୁ।

ମକର: ଆଜି ବହୁତ ଭାବିଚିନ୍ତି ଆଗକୁ ବଢ଼ିବାକୁ ହେବ। ପାରିବାରିକ ସମ୍ପର୍କରେ ମଧୁରତା ରହିବ। ଆବଶ୍ୟକ ମାମଲାରେ ଧୌର୍ଯ୍ୟ ବଜାୟ ରଖନ୍ତୁ। ନୂତନ ଯାନ କିଣିବା ଆପଣଙ୍କ ପାଇଁ ଭଲ ହେବ।

କୁମ୍ଭ: ଆଜି କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। କିଛି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଭଲ। ପରିବାରରେ ନୂଆ ସଦସ୍ୟ ଆସିପାରନ୍ତି।

ମୀନ: ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନଟି ଭଲ। ଆପଣଙ୍କୁ ଭଲ ଲାଭ ମିଳିବା ଦ୍ୱାରା ଆପଣ ଅତ୍ୟନ୍ତ ଖୁସି ହେବେ। ଆପଣ କାହାକୁ ଧନ ଉଧାର ଦିଅନ୍ତୁ ନାହିଁ। ପ୍ରଶାସନିକ ମାମଲାରେ ସଚେତନ ରୁହନ୍ତୁ।

Leave A Reply

Your email address will not be published.