ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭୋଟ୍, ସକାଳ ୭ରୁ  ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭୋଟ୍ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଓ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ମଧ୍ୟପ୍ରଦେଶରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୫ କୋଟି ମତଦାତା । ସେହିପରି ୯୦ ଆସନ ବିଶିଷ୍ଟ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । 

ନୂଆଦିଲ୍ଲୀ : ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭୋଟ୍ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଓ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ମଧ୍ୟପ୍ରଦେଶରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୫ କୋଟି ମତଦାତା । ସେହିପରି ୯୦ ଆସନ ବିଶିଷ୍ଟ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ହେଲେ କିଛି ନକ୍ସଲ ପ୍ରଭାବିତ ଅଞ୍ଚଳ ବାଲାଘାଟ, ମଣ୍ଡଲା, ଡିଣ୍ଡୋରି ଆଦି ସ୍ଥାନରେ ସକାଳ ୭ଟାରୁ ଆରମ୍ଭ ହୋଇ ମତଦାନ ଅପରାହ୍ନ ୩ଟାରେ ଶେଷ ହେବ ।

ମଧ୍ୟପ୍ରଦେଶର ମୋଟ୍ ୬୪ ହଜାର ୬୨୬ ମତଦାନ କେନ୍ଦ୍ର ମଧ୍ୟରୁ ସମ୍ବେଦନଶୀଳ ୧୭ ହଜାର ବୁଥଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।.ସେହିଭଳି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ।  ଅବଶିଷ୍ଟ ୭୦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ର ୨୦ଟି ଆସନ ପାଇଁ ଗତ ୭ ତାରିଖରେ ହୋଇଥିବା ମତଦାନରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.