ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ, ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକା ବର୍ଷା

ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢୁଛି ଡିପ୍ ଡିପ୍ରେସନ୍ । ଆଜି ବାତ୍ୟା ସୃଷ୍ଟି ହେବା ପରେ ଏହା ବାଂଲାଦେଶ ଉପକୂଳ ମୁହାଁଇବ । ୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢୁଛି ଡିପ୍ ଡିପ୍ରେସନ୍ । ଆଜି ବାତ୍ୟା ସୃଷ୍ଟି ହେବା ପରେ ଏହା ବାଂଲାଦେଶ ଉପକୂଳ ମୁହାଁଇବ । ୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବା ସମ୍ଭାବନା ରହିଛି । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଓ ବଢ଼ି ୮୦ କିଲୋମିଟର ଛୁଇଁପାରେ ।

ଗଭୀର ଅବପାତ ଏବେ ପାରାଦୀପରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୯୦ କିଲୋମିଟର, ଦୀଘାଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପାରା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୩୯୦ କିଲୋମିଟର କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକା ବର୍ଷା ହେବ । ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.