ଦୈନିକ ବ୍ୟବହାର କରନ୍ତୁ ମହୁ, ରହିଛି ଅନେକ ଉପକାରିତା

ମହୁ କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏହାର ସେବନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଖାଲି ତାହା ନୁହଁ ଏହା ସୁନ୍ଦରତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ମହୁ କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏହାର ସେବନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଖାଲି ତାହା ନୁହଁ ଏହା ସୁନ୍ଦରତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ଦୈନିକ ମହୁର ସେବନ କରିବାକୁ ଭୁଲନ୍ତୁ ନାହିଁ । ଏବେ ଶୀତଦିନ ଆସିଗଲାଣି ତାହେଲେ ଆସନ୍ତୁ ଜାଣିବା ଶୀତ ଋତୁରେ ମହୁ ସେବନର ଫାଇଦା ବିଷୟରେ ।

ମହୁରେ ଭରପୁର ମାତ୍ରାର ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ରହିଥାଏ । ଯାହା ଶରୀରକୁ ବ୍ୟକ୍ଟେରରିଆରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ଏହା ତ୍ୱଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯେଉଁ ବ୍ୟକ୍ତିଙ୍କର ନିଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ସେମାନେ ରାତିରେ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ଏହାର ତୁରନ୍ତ ଫାଇଦା ମିଳିବ । ମହୁ ଭୋକ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ । ଦୈନିକ ସକାଳେ ପାଣିରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ । ମୋଟାପା କମ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରରେ ରହିଥାଏ ।

ମହୁ ଚେହେରାରେ ତୋଫାପଣ ଆଣିବା ସହ ଆଣ୍ଟି ଏଜିଙ୍ଗ ସମସ୍ୟା ଦୂର କରିଥାଏ । ଏହାର ଦୈନିକ ବ୍ୟବହାର ଦ୍ୱାରା ତ୍ୱଚାର ରଙ୍ଗ ବଦଳିଥାଏ । ମହୁର ସେବନ ରକ୍ତରେ ପଲିଫୋନିକ୍ ଆଣ୍ଟିଆକ୍ସିଡାଣ୍ଟର ମାତ୍ରା ବଢାଇଥାଏ । ଯାହା ଦ୍ୱାରା ହୃଦରୋଗ ସମସ୍ୟା ହୋଇନଥାଏ । ଏଥିସହ ମହୁ ଭଲ ନିଦ ପାଇଁ ମଧ୍ୟ ସହାୟକ ହୋଇଥାଏ ।

ମହୁରେ ରହିଥିବା ଗ୍ଳୁକୋଜ୍ ଶରୀରରେ ଫୁର୍ତ୍ତି ଆଣିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣ ଅନୁଭବ ହୋଇନଥାଏ । ଆପଣ ଦୈନିକ ଚା ପିଇବା ସମୟରେ ଚିନି ସ୍ଥାନରେ ମହୁର ମଧ୍ୟ ବ୍ୟବହାର କରିପାରିବେ।

ରିପୋର୍ଟ ମୁତାବକ, ଦୈନିକ ୨ ଚାମୁଚ ମହୁ ଖାଇବା ଦ୍ୱାରା କାଶରୁ ଆରାମ ମିଳିଥାଏ । ଏହା ସହ ଏଥିରେ ଆଣ୍ଟିମାଇକ୍ରୋବିୟଲ ଗୁଣ ଥିବା ଯୋଗୁଁ ଏହା ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଶୀତଦିନରେ ମହୁକୁ ମୁହଁରେ ମସାଜ କରିବା ପରେ ପାଣିରେ ଧୋଇଦିଅନ୍ତୁ । ଦେଖିବେ ଏହା ଏକ ନାଚୁରାଲ ମଶ୍ଚରାଇଜର ଭଳି କାମ କରିବ । ଏହା ଦାଗ ତଥା ଡ୍ରାଏନେସ କମ କରିବାରେ ସାହାଯ୍ୟ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.