Below header

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି; ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ କାମ

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ମରାମତି କାର୍ଯ୍ୟ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ନୀତିକାନ୍ତ ନଥିବା ବେଳେ ଏହି ମରାମତି କାର୍ଯ୍ୟ କରାଯିବ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ।

ପୁରୀ (କେନ୍ୟୁଜ): ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ମରାମତି କାର୍ଯ୍ୟ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ନୀତିକାନ୍ତ ନଥିବା ବେଳେ ଏହି ମରାମତି କାର୍ଯ୍ୟ କରାଯିବ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ। ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ।

କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ମରାମତି କାର୍ଯ୍ୟ କରାଯିବ ବୋଲି ବୈଠକ ପରେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ ଦାସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ମଧ୍ୟରେ ବସିଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.