ଟନେଲ ଭିତରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ , କହିଲେ ‘ଆମେ ସମସ୍ତେ ଭଲ ଅଛୁ’
ଟନେଲ ଭିତରୁ ଶୁଭିଲା ଓଡ଼ିଆ ଶ୍ରମିକଙ୍କ ସ୍ବର। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଆସିଲା ପ୍ରଥମ ବାର୍ତ୍ତା। ପରିବାର ଲୋକଙ୍କୁ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି । ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ ।

(କେନ୍ୟୁଜ): ଧ୍ବଂସ ଟନେଲ ଭିତରୁ ଓଡ଼ିଆରେ କହିଲେ ଶ୍ରମିକ। ଟନେଲ ଭିତରୁ ଶୁଭିଲା ଓଡ଼ିଆ ଶ୍ରମିକଙ୍କ ସ୍ବର। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଆସିଲା ପ୍ରଥମ ବାର୍ତ୍ତା। ପରିବାର ଲୋକଙ୍କୁ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି । ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ । ଏପଟେ ପରିବାର ଲୋକେ ହୋସଲା ନହରାଇବାକୁ କହୁଛନ୍ତି ।
ଉତ୍ତରକାଶୀରେ ପହଞ୍ଚି ଉପଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ଟନେଲରେ ଫସି ରହିଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଉପଶ୍ରମ ଅଧିକାରୀ। ଟନେଲ ଭିତରେ ୪୦ ଜଣ ଶ୍ରମିକ ଫିସି ରହିଥିବା ବେଳେ ତା ଭିତରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ। ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍ । ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର ।