ଆଜି ଆପଣଙ୍କ ରାଶିରେ କ’ଣ ଅଛି, ଜାଣି ନିଅନ୍ତୁ
କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଭଗବାନଙ୍କ ପ୍ରତି ଆସ୍ଥା ଓ ଭକ୍ତିଭାବ ବଢ଼ିବ। ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରତି ରୁଚି ବଢ଼ିପାରେ। ପରିବାରର ପରାମର୍ଶ କ୍ରମେ ଆପଣ ଆଗକୁ ବଢ଼ିବେ। ବ୍ୟବସାୟରେ କୌଣସି ପ୍ରକାର ଚୁକ୍ତି କରନ୍ତୁ ନାହିଁ। ବିପଦପୂର୍ଣ୍ଣ କାମ ହାତକୁ ନିଅନ୍ତୁ ନାହିଁ।
ମେଷ: କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଭଗବାନଙ୍କ ପ୍ରତି ଆସ୍ଥା ଓ ଭକ୍ତିଭାବ ବଢ଼ିବ। ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରତି ରୁଚି ବଢ଼ିବ।
ବୃଷ: ପରିବାରର ପରାମର୍ଶ କ୍ରମେ ଆପଣ ଆଗକୁ ବଢ଼ିବେ। ବ୍ୟବସାୟରେ କୌଣସି ପ୍ରକାର ଚୁକ୍ତି କରନ୍ତୁ ନାହିଁ। ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ।
ମିଥୁନ: ଆଜିର ଦିନଟି ଭଲରେ କଟିବ। କୌଣସି କାମରେ ନିବେଶ କରିବା ଆପଣଙ୍କ ପାଇଁ ଭଲ ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କୁ ଚାକିରି ପାଇଁ ଘରଠୁ ଦୂରକୁ ଯିବାକୁ ପଡ଼ିବ।
କର୍କଟ: ଆୟ ଏବଂ ବ୍ୟୟର ଏକ ବଜେଟ୍ ପ୍ରସ୍ତୁତ କରି ଚାଲନ୍ତୁ। ଚାକିରିଆ ଲୋକମାନେ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ପରିଶ୍ରମର ଫଳ ମିଳିବ।
ସିଂହ: ଆପଣଙ୍କ ପାଇଁ ଦିନଟି ସୁଖମୟ ହେବ। ବ୍ୟକ୍ତିଗତ ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମ, ସ୍ନେହର ଭାବନା ମନରେ ରହିବ। କାହାକୁ ଧନ ଉଧାର ଦିଅନ୍ତୁ ନାହିଁ।
କନ୍ୟା: ଧୌର୍ଯ୍ୟବାନ୍ ହୁଅନ୍ତୁ। ନିଜ ବାଣୀରେ ମଧୁରତା ଆଣନ୍ତୁ। କାହା କଥାରେ ପଡ଼ନ୍ତୁ ନାହିଁ। କୌଣସି ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ, ନଚେତ୍ ସମସ୍ୟା ହୋଇପାରେ।
ତୁଳା: ଦିନଟି ଆଳସ୍ୟଭରା ରହିବ। ଆପଣଙ୍କ ଆଳସ୍ୟ ଯୋଗୁ ବଡ଼ ଡିଲ୍ ହାତରୁ ଖସିପାରେ। ସମ୍ପତ୍ତି ସମ୍ବନ୍ଧିତ ବିବାଦରୁ ଛୁଟକାରା ମିଳିବ। ସୁଖ, ସୁବିଧାରେ ବୃଦ୍ଧି ହେବ।
ବିଛା: ପାରିବାରିକ ମାମଲାରେ କୌଣସି ବାହାର ଲୋକଙ୍କ ପରାମର୍ଶ ଗ୍ରହଣ କରନ୍ତୁ ନାହିଁ। ଆପଣଙ୍କ ସୁନ୍ଦରତା ଦେଖି ଲୋକେ ଆପଣଙ୍କୁ ପ୍ରଶଂସା କରିବେ।
ଧନୁ: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିପାରେ। ରକ୍ତ ସମ୍ପର୍କ ସୁଦୃଢ଼ ହେବ।
ମକର: ଦାନ, ଧର୍ମ କରିବା ପାଇଁ ଆଜିର ଦିନଟି ଭଲ। ଆବଶ୍ୟକ କାର୍ଯ୍ୟକୁ ଜଲ୍ଦି ପୂରା କରନ୍ତୁ। ଆଜି ଆପଣଙ୍କୁ ନିଜ ବାଣୀରେ ମଧୁରତା ବଜାୟ ରଖିବାକୁ ହେବ।
କୁମ୍ଭ: ଆପଣଙ୍କୁ କୌଣସି ବଡ଼ ଉପଲବ୍ଧି ହାସଲ ହୋଇପାରେ। ନେତୃତ୍ୱ କ୍ଷମତା ବୃଦ୍ଧି ହେବ। ଆୟ ବଢ଼ିବ। ଏକରୁ ଅଧିକ ସ୍ରୋତରୁ ଆୟ ପ୍ରାପ୍ତ ହେବ।
ମୀନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କୌଣସି ପୁରସ୍କାରରେ ସମ୍ମାନିତ କରାଯାଇପାରେ। ପାଠପଢ଼ା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ପ୍ରତି ମଧ୍ୟ ରୁଚି ବଢ଼ିବ।