ଲକ୍ଷ୍ମୀ ଯୋଜନାକୁ ବିରୋଧ: ଗଡ଼ୁନି ଘରୋଇ ବସ୍ , ଜିଦ୍‌ରେ ଅଟଳ ସଂଘ

ଆଜିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ ବସ ଧର୍ମଘଟକୁ ଓହ୍ଲାଇଛି ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗଡ଼ୁନି ଘରୋଇ ବସ୍। ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିଛି। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ ବସ ଧର୍ମଘଟକୁ ଓହ୍ଲାଇଛି ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ସଂଘ। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।

ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ପୂଜା ସମୟରେ ଯାତ୍ରୀଙ୍କୁ ହାଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଉଥିବା ସେ କହିଛନ୍ତି। ଧର୍ମଘଟକୁ ଓହ୍ଲାଉଥିବାରୁ ଯାତ୍ରୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିଛି ଘରୋଇ ବସ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ସଂଘ।ଆଜି ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.