ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଶହେ ରହୁ

ସର୍ବସାଧାରଣଙ୍କ ବ୍ୟୟ ବହୁଳ ବିବାହ, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା ଭୋଜି ଉପରେ ନିଷେଧାଦେଶ ଦେବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ପର୍ଶୁରାମ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏହି ମାମଲାରେ କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଏକ ଶହ ଭିତରେ ସୀମିତ ରଖିବାକୁ ପ୍ରାର୍ଥନା କରାଯାଇଛି।

କଟକ (କେନ୍ୟୁଜ): ସର୍ବସାଧାରଣଙ୍କ ବ୍ୟୟ ବହୁଳ ବିବାହ, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା ଭୋଜି ଉପରେ ନିଷେଧାଦେଶ ଦେବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ପର୍ଶୁରାମ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏହି ମାମଲାରେ କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଏକ ଶହ ଭିତରେ ସୀମିତ ରଖିବାକୁ ପ୍ରାର୍ଥନା କରାଯାଇଛି। ସାଧାରଣ ଲୋକ ସ୍ୱତନ୍ତ୍ର ଭାବେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଲୋକଙ୍କ ପାଇଁ ବିବାହ ଭୋଜି ବା ଶୁଦ୍ଧିକ୍ରିୟା ଭୋଜି ଆୟୋଜନ କରିବାକୁ ହେଲେ ମାତ୍ର ଏକ ଶହ ନିମନ୍ତ୍ରିତ ଅତିଥିଙ୍କ ଭିତରେ ସୀମିତ ରଖିବାକୁ ରାଜ୍ୟ ସରକାର ଗାଇଡ଼ଲାଇନ ଆଣନ୍ତୁ ବୋଲି ଏହି ଜନସ୍ୱାର୍ଥ ମାମଲାରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଏହାଦ୍ବାରା ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ଅନେକ ଉପକୃତ ହୋଇ ପାରିବେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଯାଜପୁର ଇନ୍ଦୁପୁର ଅଞ୍ଚଳର ପର୍ଶୁରାମ ବିଶ୍ୱାଳ କରିଥିବା ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସଂସ୍କୃତି ଓ ଜନସମ୍ପର୍କ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ରାଜ୍ୟ ସରକାରଙ୍କ ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.