ବିଶ୍ୱକପରେ ଭାରତର କ୍ରମାଗତ ୪ର୍ଥ ବିଜୟ, କୋହଲିଙ୍କ ୪୮ତମ ଶତକରେ ହାରିଲା ବାଂଲାଦେଶ

ବିଶ୍ବକପରେ ଭାରତର ବିଜୟ ଅଭିଯାନ ଜାରି । ଗତକାଲି ବାଂଲେଦେଶକୁ ହରାଇ ଭାରତର ଚତୁର୍ଥ ବିଜୟ । ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ଛକା ମାରି ମ୍ୟାଚ ଜିତାଇଥିଲେ ବିରାଟ କୋହଲି । ଏଥିସହ ନିଜର ୪୮ତମ ଶତକ ହାସଲ କରିଛନ୍ତି ବିରାଟ।

ବିଶ୍ବକପରେ ଭାରତର ବିଜୟ ଅଭିଯାନ ଜାରି । ଗତକାଲି ବାଂଲେଦେଶକୁ ହରାଇ ଭାରତର ଚତୁର୍ଥ ବିଜୟ । ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ଛକା ମାରି ମ୍ୟାଚ ଜିତାଇଥିଲେ ବିରାଟ କୋହଲି । ଏଥିସହ ନିଜର ୪୮ତମ ଶତକ ହାସଲ କରିଛନ୍ତି ବିରାଟ। ୨୫୬ ରନ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ ହରାଇ ବିଜୟୀ ହୋଇଛି । ୧୦୩ ରନର ଜବରଦସ୍ତ ଶତକୀୟ ଇନିଂସ ଖେଳିଥିଲେ ବିରାଟ କୋହଲି।

ଅନ୍ୟମାନଙ୍କ ମଧ୍ୟରେ ଶୁବମନ ଗିଲ ୫୩ ରନ୍ କରିଥିବା ବେଳେ ରୋହିତ ଶର୍ମା ୪୮ ରନ୍ କରିଥିଲେ । କେ. ଏଲ୍ ରାହୁଲ ଅପରାଜିତ ୩୪ ରନ୍ କରିଥିଲେ। ଏହା ପୂର୍ବରୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ବିନିମୟରେ ୨୫୬ ରନ୍ କରିଥିଲା। ଦଳ ପକ୍ଷରୁ ତାନଜିତ ହାସନ ଓ ଲିଟନ ଦାସ ଅସର୍ଦ୍ଧଶତକ ହାସଲ କରିଥିଲେ। ଏହି ବିଜୟ ସହ ଭାରତ ବିଶ୍ବକପ୍ ରେ ସମସ୍ତ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।

ଟୁର୍ଣ୍ଣାମେଣ୍ଟରେ ଭାରତର ଚାରିଟି ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରିଛି । ଏଥିସହ ଭାରତ ୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡର ସମକକ୍ଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଏଯାବତ୍ କେବଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଅପରାଜିତ ରହିଛନ୍ତି । ତେବେ ଉନ୍ନତ ନେଟ୍ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଚାରିଟି ମ୍ୟାଚରୁ ବାଂଲାଦେଶର ଏହା ତୃତୀୟ ପରାଜୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.