Below header

ରାଶିଫଳ : ଜାଣନ୍ତୁ କେଉଁ ରାଶି ପାଇଁ କିପରି ରହିଛି ଦିନ

ଯେକୌଣସି କାମ କରିବେ ତାକୁ ଯତ୍ନର ସହିତ କରିବା ଉଚିତ । ସହକର୍ମିଙ୍କ ଠାରୁ ସାହାଯ୍ୟ ଆଶା କରିବେ । ପାରିବାରିକ ଜୀବନରେ ଆଜି ଖୁସି ମିଳିବ ।

ମେଷ: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଚାକିରି ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ଅଫିସ୍‌ରେ କାମକୁ ନେଇ ଆପଣଙ୍କର ଗୁରୁତ୍ୱ ବଢିବ । ନିଜ କାମରେ ଖୁସି ରହିବେ ।ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଲଭ୍‌ମେଣ୍ଟ୍‌ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ । ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ ।

ବୃଷ: କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି ।  ଅଫିସ୍‌ କାମରେ ବିଳମ୍ବ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।

ମିଥୁନ: କୌଣସି ପୁରୁଣା ଲୋନ୍‌ ଇ.ଏମ.ଆଇରୁ ଆରାମ ମିଳିବ । ଅଫିସ୍‌ର ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ ।  ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଠିକ୍‌ ରହିବ । ପରିବାର ସହ ସମୟ ଅତିବାହିତ କରିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍‌ ହେବ ।

କର୍କଟ: ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ।ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ ।  ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି ।

ସିଂହ: କିଛି ନୂଆ କାମ ପାଇଁ ଯୋଜନା କରିବେ ।  ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ ।  ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ । ମିତ୍ର କୌଣସି କାମରେ ସାହାଯ୍ୟ କରିବେ, ଯାହାଦ୍ୱାରା କାମ ବହୁତ ସହଜରେ ପୂରା ହୋଇଯିବ । ଚାକିରିରେ ପଦୋନ୍ନତି ମିଳିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ ।

କନ୍ୟା: ଭାଇଙ୍କ ସହ ସମ୍ପର୍କ ସଦୃଢ ହେବ । ଲୋକମାନେ ଆପଣଙ୍କଠାରୁ କିଛି କଥା ଶିଖିବା ପାଇଁ ଚେଷ୍ଟା କରିବେ । ଅଟକିଥିବା କାମ ପୂରା ହେବ । ଅଫିସ୍‌ର ଯେକୌଣସି କାମ ଧିରେ ଧିରେ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।  ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ ।ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଉକା ମିଳିବ । ଏହାସହ ସାଙ୍ଗସାଥିଙ୍କ ସହ ଭେଟ ହେବାର ସୁଯୋଗ ରହିଛି ।

ତୁଳା: ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ । ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ। ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ ।

ବିଛା: କ୍ୟାରିୟର ବିଷୟରେ ଚିନ୍ତା କରିବେ । କାମକୁ ନୂଆ କରି ଆରମ୍ଭ କରିବେ । ବିବାଦରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଭଲ ରହିବ । କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ସମସ୍ତଙ୍କ ସହ ମଧୁର ଭାଷାରେ କଥା ହେବେ, ଯାହାଦ୍ୱାରା ଆପଣଙ୍କୁ ସମସ୍ତେ ପସନ୍ଦ କରିବେ । ଜୀବନସାଥୀଙ୍କ ସହ ବାହାରକୁ ଯାଇପାରନ୍ତି । ଅର୍ଥ ପ୍ରାପ୍ତି ହୋଇପାରେ ।

ଧନୁ: ସାଙ୍ଗଙ୍କ ସହ ଦିନଟି ଭଲ ରହିବ । ପିଲାଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଜରୁରୀ କାମ ଥିଲେ ପୂରା ହୋଇଯିବ । ଦାମ୍ପାତ୍ୟ ଜୀବନରେ ଖୁସି ମିଳିବ । ବନ୍ଧୁ ସହ ଦିନଟି ଅତିବାହିତ କରିବେ । ଆଜି ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ ।  ସୁସ୍ଥ ରହିବେ । ପିଲାମାନେ ପାଠ ପଢାରେ ଆଗକୁ ଯାଇପାରନ୍ତି । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି ।

ମକର: ଚିନ୍ତା କରିଥିବା କାମ ପୂରା ହୋଇଯିବ । କିଛି ଶୁଭ ଖବର ମିଳିପାରେ । କୋର୍ଟ କଚେରୀ କାମରେ ସଫଳତା ମିଳିବ ।  ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅଫିସ୍‌ରେ ସହକର୍ମିଙ୍କ ସହଯୋଗ ମିଳିବ । କୌଣସି ପୂରୁଣା କାମ ପୂରା କରିବାକୁ ଚିନ୍ତା କରିବେ । ପୂରା ଦିନରେ ଆପଣ ବହୁତ ଖୁସି ରହିବେ । ଗୁରୁଜନଙ୍କ ଆଶିର୍ବାଦ ମିଳିବ ।

କୁମ୍ଭ: ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ ।  ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କ୍ୟାରିୟରରେ ଆଗକୁ ବଢିବେ । ଆୟ ବୃଦ୍ଧି ହୋଇପାରେ ।

ମୀନ: କୌଣସି ସାମଜିକ କାମରେ ରୁଚି ଆସିବ । ଯେକୌଣସି କାମ କରିବେ ତାକୁ ଯତ୍ନର ସହିତ କରିବା ଉଚିତ । ସହକର୍ମିଙ୍କ ଠାରୁ ସାହାଯ୍ୟ ଆଶା କରିବେ । ପାରିବାରିକ ଜୀବନରେ ଆଜି ଖୁସି ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.