Below header

ଜାଣନ୍ତୁ ଆଜି କେଉଁ ରାଶିର ଭାଗ୍ୟ ପରିବର୍ତ୍ତନ ହେଉଛି

ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । ମାନସିକ ଚିନ୍ତା ରହିବ । ପିଲାମାନଙ୍କୁ ନେଇ ଖୁସି ଖବର ଶୁଣିବାକୁ ପାଇବେ। ଆପଣ କରିଥିବା କାମର ଶୁଭ ଫଳ ମିଳିବ । ଜୀବନରେ ସୁଖ ଶାନ୍ତି ଆସିପାରେ । 

ମେଷ : କାମ ଭଲରେ ହୋଇଯିବ । କାହାସହ ଝଗଡା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ପରିବାର ସହ ସମୟ ଅତିବାହିତ କରିବେ । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ଚିନ୍ତିତ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌ । ସାଙ୍ଗର ସହଯୋଗ ମିଳିପାରେ ।

ବୃଷ : ଆୟ ବଢିବାର ଯୋଗ ମିଳିବ । ସମସ୍ତ ସମସ୍ୟାର ସମାଧନ ହୋଇଯିବ । କୌଣସି କାର୍ଯ୍ୟ ପାଇଁ ମୁଡ୍‌ ଭଲ ରହିବ । ଲଭ୍‌ମେଣ୍ଟଙ୍କ ଠାର ଉପହାର ମିଳିପାରେ । ଏହି ରାଶିର ଲୋକମାନେ ଖୁସି ରହିବେ ।  ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ପାଠ ପଢା ପ୍ରତି ଅଧିକ ଇଚ୍ଛା ପ୍ରକାଶ କରିପାରନ୍ତି ।

ମିଥୁନ : କୌଣସି ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କିଛି କାମରେ ବିଫଳ ହୋଇପାରନ୍ତି । ସେଥିପାଇଁ ଭାବିଚନ୍ତି କାମ କରନ୍ତୁ । ନିଜକୁ ସମୟ ଦିଅନ୍ତୁ । କଥାବାର୍ତ୍ତାରେ ମଧୁରତା ଆଣିବେ । ନିଜ ସମୟ ଠିକ୍‌ କାର୍ଯ୍ୟରେ ବ୍ୟବହାର କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ ।

କର୍କଟ : ଜୀବନସାଥୀଙ୍କ ସହ କଳି ହୋଇପାରେ । ମାନସିକ ଚିନ୍ତା ରହିବ । କାହା ସହ ଝଗଡା କରିବାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ପିଲାମାନଙ୍କ ପାଇଁ କିଛି ଖୁସି ଖବର ଶୁଣି ପାରିବେ । ଆପଣ କରିଥିବା କାମର ଶୁଭ ଫଳ ମିଳିବ । ଆପଣଙ୍କ ଜୀବନରେ ସୁଖ ଶନ୍ତି ଆସିପାରେ ।

 ସିଂହ : ସୁଖ ସୁବିଧା ମିଳିପାରେ । ଯେଉଁ କାମରୁ କଷ୍ଟ ମଳିଛୁ, ସେହି କାମ ଠାରୁ ଦୂରେଇ ରୁହନ୍ତୁ । ଧନ ମଧ୍ୟ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ମାନସିକ ଚିନ୍ତିତ ରହିବ । ଭାବିଚିନ୍ତି କାମ କରିଲେ ସବୁ ଠିକ୍‌ ହୋଇଯିବ ।  ପାଠ ପଢାକୁ ନେଇ ଆଗକୁ ବଢିବେ ।

କନ୍ୟା : ଆଜି ଆପଣ ଖୁସି ରହିବେ । ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମ ହୋଇପାରେ । ଜୀବନରେ ଆଗକୁ ବଢି ପାରନ୍ତି । ଆପଣଙ୍କ ଦିନକୁ ନେଇ ଅଳ୍ପ ଚିନ୍ତିତ ରହିବେ ।  କିଛି ନୂଆ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇପାରେ । ସାଙ୍ଗର ସହଯୋଗ ମିଳିପାରେ ।

ତୁଳା : ଚାକିରି ପାଇଁ ଚିନ୍ତିତ ରହିବେ । ବରିଷ୍ଠ ଲୋକଙ୍କ ସାହର୍ଯ୍ୟ ମିଳିବ । ପରିବାରରେ ଖୁସି ଆଣିବା ପାଇଁ ଚେଷ୍ଟା କରିବେ । ପରିବାର ସହ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଭାଇ ଓ ଭଉଣୀଙ୍କ ସହ ସମୟ ଅତିବାହିତ କରିପାରନ୍ତି । ଯେକୌଣସି କଥା ପାଇଁ ଚିନ୍ତିତ ଥିଲେ ବହୁତ ଶୀଘ୍ର ଠିକ୍‌ ହୋଇଯିବ ।

ବିଛା :  କୌଣସି କାମ ଭଲରେ ଭଲରେ ହୋଇଯିବ । କାହା ସହ କଳି ଝଗଡା ହୋଇଥିଲା ସବୁ ଠିକ୍‌ ହୋଇଯିବ । ସରକାରୀ କାମ ସମୟ ମଧ୍ୟରେ ପୂରା ହୋଇଯିବ । ସାଙ୍ଗ ସହ ସମୟ ଅତିବାହିତ କରିବେ ।  କାହାର ସାହାର୍ଯ୍ୟ ମିଳିବ । ସେଥିପାଇଁ ଖୁସି ରହିବେ । ଏହି ରାଶିର ଲୋକଙ୍କର ବିବାହ ଯୋଗ ରହିଛି ।

ଧନୁ : ଆପଣଙ୍କ ପାଇଁ କିଛି କାମରୁ କ୍ଷତି ମଳିପାରେ । ପରିବାର ଓ ସାଙ୍ଗଙ୍କ ସହ ଭଲ ସମୟ କଟିବେ । କୌଣସି କାମରେ ବାଧ୍ୟ ପ୍ରାପ୍ତି ହୋଇପାରେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଆପଣ ଆଜି ଧନ ପାଇଁ ଚିନ୍ତିତ ରହିବେ ।  ଲଭ୍‌ମେଣ୍ଟଙ୍କ ସହ ଭଲ ସମୟ କଟିବେ ।

ମକର : ନାକାତ୍ମକ କଥାରେ ପ୍ରଭାବିତ ହୋଇପାରନ୍ତି । ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରିବେ । ଆୟ ବୃଦ୍ଧି ହୋଇପାରେ । ଖୁସି ରହିବେ । ଜୀବନସାଥିଙ୍କ ସହ ଝଗଡା ହୋଇପାରେ । ଜୀବନରେ ଆଗକୁ ବଢି ପାରନ୍ତି । କୌଣସି କାର୍ଯ୍ୟ ପାଇଁ ଅନ୍ୟ କାହାର ଉପଦେଶ ମଳିପାରେ । ସାଙ୍ଗ ସାଥିଙ୍କ ସହ ସମୟ କାଟିବେ ।

କୁମ୍ଭ : ନୂଆ ଚାକିରି ମିଳିବାର ଯୋଗ ହୋଇପାରେ । ଅଧିକ ପରିଶ୍ରମ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ରୁଚି ବଢିପାରେ । କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଗ ହୋଇପାରେ । କିଛି କଠିନ ପରିସ୍ଥିତି ଆସିପରେ । ନିଜର କୌଣସି କାମକୁ ଭଲରେ କରିପାରିବେ ।

ମୀନ : ପରିବାରରେ ଧାର୍ମିକ କାର୍ଯ୍ୟ ହୋଇାପରେ । କୌଣସି କାର୍ଯ୍ୟ ପାଇଁ କ୍ରୋଧିତ ହୋଇପାରିନ୍ତି । ମନ ଅସାନ୍ତ ରହିପାରେ । କିଛି ନୂଆ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇପାରେ । ଘରେ ଶୁଭ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ଲାଭ ମିଳିପାରେ । ପୂରୂଣ ସାଙ୍ଗଙ୍କ ସହ ଦେଖା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.