Below header

ଘର ଚଟାଣରୁ ପ୍ରତିଦିନ ବାହାରୁଛି ରହସ୍ୟମୟ ଧଳାଗୁଣ୍ଡ, ଜଣାପଡ଼ୁନି ପ୍ରକୃତ କାରଣ

ବାହାରୁଥିବା ଗୁଣ୍ଡ ସବୁ ଚିକ୍କଣ ଏବଂ ଅନ୍ଧାରରେ ଚକଚକ୍ ଦେଖାଯାଉଛି । ଖାଲି ସେତିକି ନୁହେଁ , ଉକ୍ତ ଗୁଣ୍ଡକୁ ହାତରେ ଧରି ପାଣି ପକାଇଲେ , ବରଫ ଭଳି ଥଣ୍ଡା ଅନୁଭୂତ ହେଉଛି । ଏହାକୁ ନେଇ ପଡୋଶୀ ଲୋକେ , ଅଲୌକିକ ଘଟଣା ବୋଲି କହୁଛନ୍ତି  । ଆଉ କିଛି ସନ୍ଦେହ କରୁଛନ୍ତି , ଏହା ଦୈବୀ କୃପା ହୋଇଥାଇପାରେ ।  ତେବେ ଏଭଳି ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ଭଞ୍ଜନଗର(କେନ୍ୟୁଜ୍): ଘର ଭିତର ଚଟାଣରୁ ପ୍ରତିଦିନ ବାହାରୁଛି ରହସ୍ୟମୟ ଧଳାଗୁଣ୍ଡ । ଦୀର୍ଘ ଏକମାସ ଧରି ଦେଖିବାକୁ ମିଳୁଛି।  ଏଭଳି ଅସ୍ବାଭାବିକ ଲକ୍ଷଣ । ଦ୍ବନ୍ଦରେ ରହିଛନ୍ତି ଘରଲୋକେ । ପାଖ–ପଡୋଶୀଙ୍କ ମନରେ ଏହାକୁ ନେଇ ଭିନ୍ନ ଭିନ୍ନ କଥା । ଜଣାପଡ଼ୁନି  ଏହାର ପ୍ରକୃତ କାରଣ ।

ବାହାରୁଥିବା ଗୁଣ୍ଡ ସବୁ ଚିକ୍କଣ ଏବଂ ଅନ୍ଧାରରେ ଚକଚକ୍ ଦେଖାଯାଉଛି । ଖାଲି ସେତିକି ନୁହେଁ , ଉକ୍ତ ଗୁଣ୍ଡକୁ ହାତରେ ଧରି ପାଣି ପକାଇଲେ , ବରଫ ଭଳି ଥଣ୍ଡା ଅନୁଭୂତ ହେଉଛି । ଏହାକୁ ନେଇ ପଡୋଶୀ ଲୋକେ , ଅଲୌକିକ ଘଟଣା ବୋଲି କହୁଛନ୍ତି  । ଆଉ କିଛି ସନ୍ଦେହ କରୁଛନ୍ତି , ଏହା ଦୈବୀ କୃପା ହୋଇଥାଇପାରେ ।  ତେବେ ଏଭଳି ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

 ଗତ କିଛିବର୍ଷ ପୂର୍ବରୁ ଆବାସ ଯୋଜନାରେ ପକ୍କାଘର ଟିଏ କରିଥିଲେ, ମାଳତୀ । ଦିନରେ ମୂଲକାମ କରି  ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଏହି ଘଟଣା ପରଠାରୁ ସେ ଏବେ , ରାତିରେ ଆଉ ଘରେ ରହୁନାହାନ୍ତି । ଅଜଣା ଆଶଙ୍କାରେ ରହୁଛନ୍ତି , ମାଳତୀ । ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି ବିଶ୍ବାସ ଏବଂ ଅବିଶ୍ବାସ ଭଳି  କିଛି ଦ୍ବନ୍ଦ । ବାସ୍ତବରେ ଏହା ଦୈବୀଶକ୍ତି ପ୍ରଭାବ ନା’ ଅନ୍ୟକିଛି କାରଣ , ତାହା କୌଣସି ପ୍ରକାରେ ସ୍ପଷ୍ଟ ହୋଇପାରୁନି ।

 ଏହାବି ସାଧାରଣ ମହଲରେ ଆଲୋଚନା ହେଉଛି , ବାହାରୁଥିବା ଧଳାଗୁଣ୍ଡକୁ ନେଇ ପରୀକ୍ଷା-ନିରୀକ୍ଷା କରାଯିବା ଜରୁରୀ । କାରଣ , ଗ୍ରାମାଞ୍ଚଳରେ ଏଭଳି ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେବା ସ୍ବାଭାବିକ କଥା । ତେବେ ଏହାପଛରେ ବିଜ୍ଞାନ ସମ୍ମତ କିଛି କାରଣ କ’ଣ ରହିଛି , ନା’ ଏହା କୌଣସି ରସାୟନିକ ବିଘଟନ ର ପାର୍ଶ୍ଵ ପ୍ରତିକ୍ରିୟା?  ଅଥବା , ଭୂ-ତତ୍ବ ଜନିତ କୌଣସି ସ୍ଖଳନ ରହିଛି ? ତାକୁ ନେଇ ଗବେଷଣା କରାଯିବା ଜରୁରୀ  ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.