ଓଡ଼ିଶାର ୨୬ତମ ରାଜ୍ୟପାଳ ହେବେ ରଘୁବର ଦାସ, ଆଜି କରିବେ ଶପଥଗ୍ରହଣ

ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ରାଜ୍ୟପାଳଙ୍କ ଶପଥଗ୍ରହଣ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ।

ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିବା ପରେ ରଘୁବରଙ୍କୁ ନୂଆ ନିଯୁକ୍ତି ମିଳିଛି । ଦାୟିତ୍ବ ନେବା ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ନୂଆ ରାଜ୍ୟପାଳ। ରାଜଭବନରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.