କାର୍ତ୍ତିକ ବ୍ରତର ତୃତୀୟ ଦିନ, ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ବ୍ରତଧାରୀ

କାର୍ତ୍ତିକ ବ୍ରତର ଆଜି ତୃତୀୟ ଦିନ । ଶ୍ରୀକୃଷ୍ଣ ସିନେମା ହଲ୍ ଠାରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି।

ପୁରୀ (କେନ୍ୟୁଜ): କାର୍ତ୍ତିକ ବ୍ରତର ଆଜି ତୃତୀୟ ଦିନ । ବ୍ରତଧାରୀ ମାନେ ବଢି ଭୋରରୁ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିଛନ୍ତି । ଗୁଆ,ନଡ଼ିଆ ଟେକି ମା ବୃନ୍ଦାବତୀଙ୍କ ନିକଟରେ ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି । ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳି । ଶ୍ରୀକୃଷ୍ଣ ସିନେମା ହଲ୍ ଠାରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ୩ହଜାରରୁ ଅଧିକ ହବିଷ୍ୟାଳି ମାନେ ୫ ଟି ଜାଗାରେ ରହି ଏକମାସ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପ୍ରଶାସନ ଦ୍ୱାରା ସେମାନଙ୍କ ପାଇଁ ସକାଳ ଚା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସହ ସଂଧ୍ୟାବେଳେ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହା ସହ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ସହ ଭଜନ କୀର୍ତ୍ତନ ପରିବେଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.