Below header

ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ, ବିଜୟ ପର୍ଯ୍ୟନ୍ତ ଚାଲିବ ଯୁଦ୍ଧ: ନେତାନ୍ୟାହୁ

ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ । ବିଜୟ ପର୍ଯ୍ୟନ୍ତ ଚାଲିବ ଯୁଦ୍ଧ । ଇସ୍ରାଏଲ-ହମାସ୍ ଯୁଦ୍ଧକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅକ୍ଟୋବର ୭ ଆକ୍ରମଣରେ ହାମାସ ଦ୍ବାରା ୨୩୦ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନ୍ୟ ଦେଶମାନେ ଏହି ସଂଗ୍ରାମରେ ଅଧିକ ସାହାଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ । ବିଜୟ ପର୍ଯ୍ୟନ୍ତ ଚାଲିବ ଯୁଦ୍ଧ । ଇସ୍ରାଏଲ-ହମାସ୍ ଯୁଦ୍ଧକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅକ୍ଟୋବର ୭ ଆକ୍ରମଣରେ ହାମାସ ଦ୍ବାରା ୨୩୦ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନ୍ୟ ଦେଶମାନେ ଏହି ସଂଗ୍ରାମରେ ଅଧିକ ସାହାଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଏପଟେ ଲେବାନନରେ ହେଜବୋଲ୍ଲା ଆଡ଼ା ଓ ସିରିୟାରେ ଘନଘନ ବିସ୍ଫୋରଣ । ଇସ୍ରାଏଲ ବାୟୁସେନା ପକ୍ଷରୁ ଲେବାନନରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ ହୋଇଛି । ଆତଙ୍କୀଙ୍କ ପୋଷ୍ଟ, ଅସ୍ତ୍ରଶସ୍ତ୍ର ରଖିଥିବା ସ୍ଥାନକୁ ଟାର୍ଗେଟ୍ କରି ଆଟାକ୍ କରାଯାଇଛି । ଉତ୍ତର ଓ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନକୁ ଜୋରଦାର କରିଛି। ହମାସ୍ ଆଡ଼ା ଉପରେ ହୋଇଥିବା ଆକ୍ରମଣ ଯୋଗୁ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୂର୍ବରୁ ହମାସ୍ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଥିବା କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଯୁଦ୍ଧରେ ଏପର୍ଯ୍ୟନ୍ତ ଗାଜାରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଥିବା ବେଳେ ଇସ୍ରାଏଲରେ ୧୪୦୦ରୁ ଅଧିକ ନିହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.