Below header

ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ୬ଟି ବିୟୁଟି ଟିପସ୍ !

ସୁନ୍ଦର ଦେଖାଯିବା ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଲୋକମାନେ ନିଜକୁ ସୁନ୍ଦର କରିବା ପାଇଁ କ’ଣ କ’ଣ ନକରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଆପଣଙ୍କ ଏହି ଚେଷ୍ଟା ଚୁଟକିରେ ପୂରା ହୋଇପାରିବ । ଖାଲି ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କରିବାକୁ ପଡିବ ୬ଟି କାମ ।

ଆସନ୍ତୁ ଜାଣିବା ଏହି ଟିପସ୍ ବିଷୟରେ ।

• ରାତିରେ ଶୋଇବା ପୂର୍ବରୂ ନିଶ୍ଚୟ ଗାଧୋଇ କି ଶୁଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଶରୀରରୁ ଦିନସାରାର ଧୂଳି ମଇଳା ସଫା ହୋଇଥାଏ ଏବଂ ଆପଣଙ୍କ ତ୍ବଚା ଶାନ୍ତିରେ ନିଶ୍ବାସ ନେଇପାରିଥାଏ । ଗାଧୋଇବା ପାଣିରେ ଅଧଘଣ୍ଟା ପୂର୍ବରୁ ଗୋଲାପ ଫୁଲର କିଛି ପାଖୁଡା ପକାନ୍ତୁ । ଏହି ପାଣିରେ ଗାଧୋଇବା ଦ୍ବାରା ଫ୍ରେସ ଲାଗିଥାଏ ।

• ଶୋଇବା ପୂର୍ବରୁ ହଳଦୀ କ୍ଷିର ନିଶ୍ଚୟ ପିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଶରୀରରୁ ବିଶାକ୍ତ ପଦାର୍ଥ ନଷ୍ଟ ହୋଇଯାଇଥାଏ ଯାହା ଦ୍ବାରା ରକ୍ତ ପରିଷ୍ଖାର ହୋଇଥାଏ । ଏହା ସହିତ ହଳଦୀ କ୍ଷୀର ନିୟମିତ ଶୋଇବା ପୂର୍ବରୁ ପିଇବା ଦ୍ବାରା ତ୍ବଚାରେ ଗ୍ଲେଜ୍ ଆସିଥାଏ ।

• ପୂରା ଦିନ ଆମ ମୁଣ୍ଡ ସହ ଆଖି ମଧ୍ୟ ବହୁତ କାମ କରିଥାଏ । ତେଣୁ ଆଖିର ଯନ୍ତ୍ର ନେବା ନିହାତି ଜରୁରୀ ହୋଇଥାଏ । ଶୋଇବା ପୂର୍ବରୁ ଆପଣଙ୍କ ଆଖିର ଚାରି ପାଖକୁ ର୍କିମ୍ ସାହାଯ୍ୟରେ ମସାଜ କରନ୍ତୁ ।

• ରାତିରେ ଶୋଇବା ପୂର୍ବରୁ ବ୍ରସ୍ କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ । ରତିରେ ଖାଇସାରିବା ପରେ ଯଦି ଆମେ ବିନା ବ୍ରସରେ ଶୋଇଯାଉଛେ ତାହାଲେ ଆପଣଙ୍କ ଦାନ୍ତରେ ଜୀବାଣୁ ମାନେ ବସା କରିଥାନ୍ତି । ଏହା ଦ୍ବାରା ଆପଣଙ୍କର ସୁନ୍ଦର ଦାନ୍ତ ସଢି ପାରେ ତେଣୁ ସର୍ବଦା ଶୋଇବା ପୂର୍ବରୁ ଖାଇସାରି ବ୍ରସ କରନ୍ତୁ ।

• ଶୋଇବା ପୂର୍ବରୁ ଆପଣଙ୍କ କେଶକୁ ନିଶ୍ଚୟ କୁଣ୍ଡାଇକି ଶୁଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ କେଶ ବିଲକୁଲବି ସକାଳକୁ ଝଡି ନଥାଏ ।

• ଶୋଇବା ପୂର୍ବରୁ ପୂରା ଶରୀରରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା କରିବା ଦ୍ବାରା ତ୍ବଚାର ନରମତା ଠିକ୍ ରହିଥାଏ ଏବଂ ସକାଳୁ ଉଠିବା ପରେ ତ୍ବଚା ରଫ୍ ଳାଗିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.