ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ, ନିୟନ୍ତ୍ରିତ କରୁଛି ଅଗ୍ନିଶମ ବାହିନୀ

ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଟ୍ରେନ୍ରେ ଲାଗିଲା ନିଆଁ । ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ରାଜଧାନୀ ଏକ୍ସପ୍ରେସ ଆସୁଥିବା ବେଳେ ଖନ୍ତାପଡ଼ା ଅତାପୁରର କରାଣ୍ଡିଆ ପୋଲ ନିକଟରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଦେଖାଯାଇଥିଲା । ବି-୧ କୋଚରେ ଧୂଆଁ ପଶିଥିଲା । ଜେନେରେଟର କାର୍ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ଅଲଗା କରାଯାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅତ୍ୟଧିକ ଗରମ ଯୋଗୁଁ ଜେନେରେଟର କାରରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.