Below header

ଡାଇବେଟିସ୍‌, ମୋଟାପଣ ସମେତ ଅନେକ ରୋଗରୁ ମୁକ୍ତି ଦିଏ ଗିଲୋୟ ଜୁସ୍‌, ଜାଣନ୍ତୁ ଏହାକୁ ସେବନ କରିବାର ସଠିକ୍‌ ସମୟ

ଇମ୍ୟୁନିଟି ବଢ଼ାଇବା ପାଇଁ ଗିଲୋୟ ସେବନ କରିବାକୁ ଡାକ୍ତର ମତ ଦିଅନ୍ତି। ଏହା ସଂକ୍ରମଣକୁ ମଧ୍ୟ ଦୂର କରିଥାଏ। ଏବେ କରୋନା ଭାଇରସ୍‌ ସଂକ୍ରମଣକୁ ଦୂର କରିବା ପାଇଁ ଲୋକମାନେ ଗିଲୋୟ ଜୁସ୍‌ ସେବନ କରୁଥିବା ଦେଖାଯାଇଛି। ତେବେ କେବଳ ସଂକ୍ରମଣ ନୁହେଁ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଗିଲୋୟ ଜୁସ୍‌ ଦୂର କରିଥାଏ। ଆସନ୍ତୁ ଜାଣିବା ଗିଲୋୟ ସେବନ କରିବା ଦ୍ୱାରା ମିଳୁଥିବା ଲାଭ ବିଷୟରେ…

giloy

  • ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ଗିଲୋୟ ସାହାଯ୍ୟ କରେ।
  • ଅବସାଦ ଓ ଚିନ୍ତାଗ୍ରସ୍ତ ରହୁଥିଲେ, ଗିଲୋୟ ଜୁସ୍‌ ସେବନ କରନ୍ତୁ ଟେନ୍ସନ୍‌ ଫ୍ରି ରହିବେ।
  • ପାଚନ ସମସ୍ୟାରୁ ମୁକ୍ତି ପାଇବାକୁ ଗିଲୋୟ ଜୁସ୍‌ ପିଅନ୍ତୁ।
  • ଡେଙ୍ଗୁ, ଫ୍ଲୁ ଓ ମ୍ୟାଲେରିଆ ଭଳି ରୋଗକୁ ମାତ୍‌ ଦେବାରେ ଗିଲୋୟ ସାହାଯ୍ୟ କରେ।
  • ମୋଟାପଣ କମ୍‌ କରିବାରେ ମଧ୍ୟ ଗିଲୋୟ ସାହାଯ୍ୟ କରେ।
  • ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ଗିଲୋୟ ରସରେ ଅଁଳା ମିଶାଇ ପିଅନ୍ତୁ।

ତେବେ ମନେ ରଖନ୍ତୁ, ସକାଳେ ଖାଲି ପେଟରେ ହିଁ ଏହି ଜୁସ୍‌ ସେବନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.