ରେଢାଖୋଲରୁ ୪ଟି ବେଆଇନ ଧାନ ବୋଝେଇ ଟ୍ରକ୍ ଜବତ

ରେଢାଖୋଲ: ରେଢାଖୋଲରୁ ୪ଟି ବେଆଇନ ଧାନ ବୋଝେଇ ଟ୍ରକ୍ ଜବତ । ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା ।
ସମସ୍ତ ଗାଡି ଗୁଡିକୁ ଜିଲ୍ଲା ବାହାରର ହୋଇଥିବା ବେଳେ କୌଣସି କାଗଜପତ୍ର ଠିକ୍ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଦିଗରେ ଅଧିକ ଖୋଳତାଡ ଆରମ୍ଭ କରିଛି ଏନଫୋର୍ସମେଣ୍ଟ ଟିମ୍।