Below header

କସ୍ତୁରୀ ହଳଦୀ ବଢ଼ାଇବ ତ୍ୱଚାର ଗୋରାପଣ, ଦାଗ ହଟାଇବା ପାଇଁ ଏଭଳି ଲଗାନ୍ତୁ

କସ୍ତୁରୀ ହଳଦୀ କଞ୍ଚା ହଳଦୀ ଭଳି ଦିଶେ କିନ୍ତୁ ଏହାର ବାହାର ଆବରଣ ଅଦା ଭଳି ହୋଇଥାଏ ଓ ଭିତର ହାଲ୍‌କା କିମ୍ବା ଗାଢ଼ ହଳଦିଆ ହୋଇଥାଏ। କସ୍ତୁରୀ ହଳଦୀ ବ୍ୟବହାର କଲେ ମୁହଁରେ କୌଣସି ବ୍ରଣ ଦାଗ କିମ୍ବା କଳା ଦାଗ ରହେ ନାହିଁ।

ହଳଦୀ ରେ ରହିଛି ବ୍ୟାକ୍ଟେରିଆ ବା ଜୀବାଣୁକୁ ମାରିବାର ଗୁଣ । ଆଉ ସୁନ୍ଦରତା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ହଳଦୀ ହେଉଛି କସ୍ତୁରୀ ହଳଦୀ। କଣ ଏ କସ୍ତୁରୀ ହଳଦୀ ? ଏହା କଣ ସାଧାରଣ ହଳଦୀ ଭଳି ନା ଅଲଗା କିଛି ? ପ୍ରକୃତରେ କସ୍ତୁରୀ ହଳଦୀ କଞ୍ଚା ହଳଦୀ ଭଳି ଦିଶେ କିନ୍ତୁ ଏହାର ବାହାର ଆବରଣ ଅଦା ଭଳି ହୋଇଥାଏ ଓ ଭିତର ହାଲ୍‌କା କିମ୍ବା ଗାଢ଼ ହଳଦିଆ ହୋଇଥାଏ। କସ୍ତୁରୀ ହଳଦୀ ବ୍ୟବହାର କଲେ ମୁହଁରେ କୌଣସି ବ୍ରଣ ଦାଗ କିମ୍ବା କଳା ଦାଗ ରହେ ନାହିଁ। ତେବେ ଆସନ୍ତୁ ଜାଣିବା ଆଉ କେଉଁ କେଉଁ ସମସ୍ୟାକୁ ଦୂର କରେ କସ୍ତୁରୀ ହଳଦୀ…

-ବ୍ରଣ ଓ ଦାଗ ଦୂର କରିବାକୁ ନିମ ପାଉଡରରେ ମହୁ ଓ ଅଳ୍ପ କସ୍ତୁରୀ ହଳଦୀ ମିଶାଇ ଲଗାନ୍ତୁ। ଅଳ୍ପ ଦିନରେ ଦାଗ ଦୂର ହୋଇଯିବ।
-ଡାର୍କ ସର୍କଲ ଦୂର କରିବା ପାଇଁ କାକୁଡ଼ି ରସରେ କସ୍ତୁରୀ ହଳଦୀ ମିଶାଇ ଲଗାନ୍ତୁ। କଳା ଦାଗ ଦୂର ହେବ।
-ବଡି ଟାନ୍‌ ହଟାଇବା ପାଇଁ ମଧ୍ୟ ଆପଣ କସ୍ତୁରୀ ହଳଦୀରେ ମୁଲତାନି ମାଟି ମିଶାଇ ବ୍ୟବହାର କରିପାରିବେ।
-ତୈଳାକ୍ତ ତ୍ୱଚା ସମସ୍ୟା ଦୂର କରିବାକୁ ୧ ଚାମଚ ଚନ୍ଦନ ପାଉଡର, ୧ ଚାମଚ ଲେମ୍ବୁ ରସରେ ୧ ଚାମଚ କସ୍ତୁରୀ ହଳଦୀ ପାଉଡର ମିଶାଇ ପେଷ୍ଟ ବନାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ତୈଳ ଅଂଶ ଚାଲିଯିବ।

-ଷ୍ଟ୍ରେଚ୍‌ ମାର୍କ ଦାଗ ଦୂର କରିବା ପାଇଁ ଆପଣ ହଳଦୀ ଓ ଦହି ମିଶାଇ ଲଗାନ୍ତୁ। ଶୁଖିବା ପରେ ଧୋଇ ଦିଅନ୍ତୁ।
-ପିଗ୍‌ମେଣ୍ଟ ଦୂର କରିବା ପାଇଁ ଏକ ଚାମଚ କସ୍ତୁରୀ ହଳଦୀରେ ଅଳ୍ପ କ୍ଷୀର ମିଶାଇ ମୁହଁରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.