ଭକ୍ତଙ୍କ ଠୁ ବିଦାୟ ନେବେ ମା’ କାଳୀ, ଶେଷ ଦର୍ଶନ ପାଇଁ ଯାଜପୁର ସହର ହୋଇ ଉଠିଛି ଚଳଚଞ୍ଚଳ  

ଯାଜପୁରରେ ବଡ ଧୁମଧାମରେ କାଳୀପୂଜାକୁ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ସମସ୍ତେ ପୂଜାରେ ମସଗୁଲ । କୁସୁମା ନିକଟରେ ହୋଇଛି ଦ୍ଵିତୀୟ ବିରଜାଶ୍ରୀ ବାଣିଜ୍ୟ ମେଳା ।

ସରି ଆସୁଛି ଯାଜପୁରର ଗଣପର୍ବ କାଳୀପୂଜା ମେଢ଼। କାଳୀପୂଜା ଯେତିକି ସରିଆସୁଛି ଭକ୍ତଙ୍କର ସେତିକି ଭିଡ ବଢ଼ୁଛି । ଚଳିତ ଥର କାଳୀପୂଜାକୁ ଉପଭୋଗ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଥିଲା । ପୂଜା ମଣ୍ଡପର ବିଭିନ୍ନ ସାଜସଜା ଦେଖିବାକୁ ଦର୍ଶକଙ୍କ ଯେତିକି ଭିଡ ହୋଇଥିଲା ବିଭିନ୍ନ ମଣ୍ଡପ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା ।
ଏନେଇ ଯାଜପୁରରେ ବଡ ଧୁମଧାମରେ କାଳୀପୂଜାକୁ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ସମସ୍ତେ ପୂଜାରେ ମସଗୁଲ । କୁସୁମା ନିକଟରେ ହୋଇଛି ଦ୍ଵିତୀୟ ବିରଜାଶ୍ରୀ ବାଣିଜ୍ୟ ମେଳା । କିଏ ଘରକରଣା ସାମଗ୍ରୀ କିଣୁଛି ତ ଆଉ କିଏ ମଣ୍ଡପ ଠୁ ମଣ୍ଡପ ଭୁଲି ପୂଜାକୁ ଉପଭୋଗ କରୁଛି । ସବୁଠାରୁ ଅଧିକ ଭିଡ ମେଲୋଡି ମଣ୍ଡପରେ ଦେଖିବାକୁ ମିଳୁଛି । ପ୍ରାୟ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିଲା । ଜୁଆଡେ ଦେଖିବ ସିଆଡେ ହଜାର ହଜାର ଲୋକଙ୍କ ଜନସ୍ରୋତ । ବିଭିନ୍ନ ପୂଜା କମିଟି ଆୟୋଜନ କରିଥିଲେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭରପୁର ଉପଭୋଗ କରିଥିଲେ ଦର୍ଶକ ।
କାଳୀପୂଜା ପାଳନ ନେଇ ଯାଜପୁର ରହିଛି ସ୍ୱତନ୍ତ୍ରତା । ଯାହାକୁ ଉପଭୋଗ କରିବାକୁ ଜିଲା ତଥା ଜିଲା ବାହାରୁ ହଜାର ହଜାର ଦର୍ଶକ ଆସିଥାନ୍ତି । ଦର୍ଶକ ମାନଙ୍କର ଭିଡକୁ ଦେଖି କଳାକାର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି । ରାଜ୍ୟର ଅନ୍ୟସ୍ଥାନ ମାନଙ୍କ ଅପେକ୍ଷା ଯାଜପୁରରେ ଦର୍ଶକଙ୍କ ଭଲ ପାଇବା ବାନ୍ଧିରଖେ କଳାକାରଙ୍କୁ । ଆସନ୍ତା କାଲି ଠାରୁ ଦୁଇ ଧରି ମାଙ୍କ ଭସାଣ ଉତ୍ସବ ହେବ ଏହାର ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.