ରାୟଗଡ଼ା ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିଲା ଔଷଧ, ଲୋକଙ୍କ ଜରୁରୀ ଚିକିତ୍ସା ପାଇଁ ଆଉ ହେବନାହିଁ ଅସୁବିଧା

ଏବେ ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। ସବୁ ଜରୁରୀ ଔଷଧ କୁ ଡ୍ରୋନରେ ଷ୍ଟୋର କରାଯାଇ ଲୋକଙ୍କ ଘର ପାଖକୁ ପଠାଯିବ .. ଏମିତିରେ ରୋଗୀ ଆଉ ଔଷଧ ପାଇଁ ଚିନ୍ତା କରିବେ ନାହିଁ..

ଏବେ ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। ସବୁ ଜରୁରୀ ଔଷଧ କୁ ଡ୍ରୋନରେ ଷ୍ଟୋର କରାଯାଇ ଲୋକଙ୍କ ଘର ପାଖକୁ ପଠାଯିବ .. ଏମିତିରେ ରୋଗୀ ଆଉ ଔଷଧ ପାଇଁ ଚିନ୍ତା କରିବେ ନାହିଁ /…ସ୍ୱାସ୍ଥ୍ୟ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଛି ଏଭଳି ନିଷ୍ପତି… କନ୍ଧମାଳ ପରେ ଏବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ ରାୟଗଡ଼ା ଜିଲ୍ଲା ଏବେ ଆଉ ଦୁଇ ପାଦ ଆଗେଇଛି । ରାଜ୍ୟର ଦ୍ବିତୀୟ ଓ ଦେଶର ଚତୁର୍ଥ ଜିଲ୍ଲା ଭାବେ drone ଜରିଆରେ ଦୁର୍ଗମ ଅଞ୍ଚଳକୁ ପଠାଗଲା ଔଷଧ ।ଏହାର ଶୁଭ ଉଦ୍ଘାଟନ କଲେ ରାଜ୍ୟ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ପରୀକ୍ଷା ମୂଳକ ଭିତ୍ତି ରେ ପ୍ରଥମେ ରାୟଗଡ଼ା ଜିଲ୍ଲା ର ଗୁଡ଼ାରୀ ଡାକ୍ତରଖାନ କୁ ପଠାଗଲା ଔଷଧ । ଏହାପରେ କଲ୍ୟାଣସିଂ ବ୍ଳକ କୁ ମଧ୍ୟ ଏହା ପଠାଯିବ । କୌଣସି ସ୍ବାସ୍ଥ୍ୟଜନିତ ପରୀକ୍ଷା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ଆଉ ଆସିବାକୁ ପଡିବନାହିଁ ।

ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନର ସହଯୋଗ ନେବ। ୟୁଏସଏଡ ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପରୀକ୍ଷାମଈଳକ ଭାବେ ଆଜି ଏହାର ଶୁଭାରମ୍ଭ ହୋଇଛି ।ପ୍ରଥମ କରି ଆଜି ଠାରୁ ଜିଲ୍ଲାର ଗୁଡାରି ମେଡିକାଲକୁ ଔଷଧ ପଠାଇବ। ସଫଳ ହୋଇଛି । ପରେ ଏହା ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଂଚଳକୁ ଔଷଧ ପଠାଯିବ ବୋଲି ଜଣାପଡିଛି। ଡ୍ରୋନ ଯୋଜନାରେ ଏହି କାର୍ଯ୍ୟକ୍ରମ କୁ ଆଜି ଉଦଘାଟନ କରିଥିଲେ । ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏହି ଭଳି ଏକ ଅଭିନବ ଯୋଜନା ଆରମ୍ଭ କରାଯାଇଛି। ଏହା ସଂପୂର୍ଣ୍ଣଭାବେ ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣରେ ରହିବ ।

ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରୋନ ସାହାଯ୍ୟରେ ଔଷଧ ପଠାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ବସିସ ଜଣେ ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମା କୁ ପଠାଯିବ। ଏଥିରେ ସମୟର ଅପଚୟ ହେବ ନାହିଁ ବୋଲି କୁହାଯାଇଛି। କନ୍ଧମାଳ ଜିଲ୍ଲା ପରେ ରାଜ୍ୟର ଦ୍ବୀତୀୟ ଜିଲ୍ଲା ଭାବେ ରାୟଗଡାରେ ଏଭଳି ଅଭିନବ ଯୋଜନା ସଫଳ ହୋଇଛି । ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା ଠାରୁ ଆରମ୍ଭ କରି ଜରୁରୀ କାଳୀନ ଔଷଧ, ଇଂଜେକସନ ସବୁ ପଠାଇବାରେ ଏହା ସହାୟକ ହେବ । ଦେଢକିଲୋ ଓଜନର ଔଷଧ ପହଞ୍ଚିବ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.