ଶବ ସତ୍କାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ, ଶବ ସତ୍କାର ବେଳେ ଟଳି ପଡିଲେ ବଡ଼ବାପା

ମୃତ୍ୟୁ ଏମିତି ବି ଆସେ l ପୁତୁରାର ଶବ ସତ୍କାର କରିବାକୁ ଯାଇ ପୁରୀ ସ୍ୱର୍ଗ ଦ୍ୱାରରେ ମୃତ୍ୟୁକୁ ଆଦରି ନେଲେ ବଡ଼ ବାପା । ଏମିତି ଏକ ଦୁଃଖୁଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ l ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ପଟ୍ଟାମୁଣ୍ଡାଇ : ମୃତ୍ୟୁ ଏମିତି ବି ଆସେ l ପୁତୁରାର ଶବ ସତ୍କାର କରିବାକୁ ଯାଇ ପୁରୀ ସ୍ୱର୍ଗ ଦ୍ୱାରରେ ମୃତ୍ୟୁକୁ ଆଦରି ନେଲେ ବଡ଼ ବାପା । ଏମିତି ଏକ ଦୁଃଖୁଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ l ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ଗତ 15 ତାରିଖରେ କୋରାପୁଟ – ଜୟପୁର ମଧ୍ୟରେ ଜରଟି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣରୁ ରୁଦ୍ରଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରାଯାଇଥିଲା l ପରେ ଜିଆରପି ପକ୍ଷରୁ ଏକ କେସ 16/23 ରୁଜୁ କରି ତଦନ୍ତ ଜାରି ରହିଥିଲା । ପରେ ରୁଦ୍ର ମନି ପର୍ସରେ ଥିବା ଏଟିଏମରୁ ରୁଦ୍ର ପ୍ରସାଦ ମହାନ୍ତି ବୋଲି ଚିହ୍ନଟ କରାଯାଇଥିଲା ।

ରୁଦ୍ରଙ୍କ ଘର ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁରେ ବୋଲି ଜାଣିବାକୁ ମିଳିଥିଲା l ସେ କୋରାପୁଟରେ ନିଜ ପିଉସୀ ମା ଘରେ ରହି ବିଏ ସି ପଢୁଥିଲେ । କେଉଁ ଅବସ୍ଥାରେ ରୁଦ୍ରଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ଥିବା ବେଳେ ଗତକାଲି ପୁଅ ରୁଦ୍ରର ମୃତ ଖବର ପାଇ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଗାଡ଼ିରେ ରୁଦ୍ରର ବାପା, ବଡ଼ବାପା, ଦାଦା ଓ ଗ୍ରାମରୁ କିଛି ବ୍ୟକ୍ତି ଯାଇଥିଲେ l ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଆଣି ଶବ ସତ୍କାର କରିଥିଲେ ।

ରୁଦ୍ର ପିଲାଟି ବେଳୁ ସମସ୍ତଙ୍କ ଗେହ୍ଲା ଥିଲେ । ବିଶେଷ କରି ରୁଦ୍ରଙ୍କ ବଡ଼ ବାପା ରୁଦ୍ରକୁ ବେଶୀ ଭଲ ପାଉଥିଲେ । ଅନ୍ୟପଟେ ପୁତୁରା ରୁଦ୍ରର ଶବ ସତ୍କାର ଚାଲିଥିବା ବେଳେ ପୁଅ ଠାରୁ ବଳି ପୁତୁରା ରୁଦ୍ରକୁ ଭଲ ପାଉଥିବା ବଡବାପା ତ୍ରୈଲୋକ୍ୟ ମହାନ୍ତି ସେହିଠାରେ ଟଳି ପଡିଲେ l

ପରେ ପୁରୀ ଜିଲ୍ଲା ହସ୍ପିଟାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ l ଏ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଶବ ସତ୍କାର କରିବାକୁ ଯାଇଥିବା ରୁଦ୍ରର ବଡ଼ ବାପା ନିଜେ ଗାଁକୁ ଶବ ହୋଇ ଫେରିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.