ବିଶ୍ୱକପ୍‌ ଫାଇନାଲ୍‌ ପୂର୍ବରୁ ସାବରମତି ନଦୀ କୂଳରେ ଏକାଠି ରାତ୍ରି ଭୋଜନ କରିବେ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି

ବିଶ୍ୱକପ୍‌ ଫାଇନାଲ ପାଇଁ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍‌। କିନ୍ତୁ ଏହି ଟାଇଟଲ୍ ମୁକାବିଲା ପୂର୍ବରୁ ଉଭୟ ଦଳ ଏକାଠି ଏକ ସ୍ୱତନ୍ତ୍ର ରାତ୍ରି ଭୋଜନ କରିବେ। ସାବରମତି ନଦୀରେ ନିର୍ମିତ ରିଭର କ୍ରୁଜ୍‌ରେ ଡିନର ପାର୍ଟି ପାଇଁ ଦୁଇ ଦଳକୁ ନିମନ୍ତ୍ରଣ ମିଳିଛି।

ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ ଫାଇନାଲ୍ ମ୍ୟାଚ୍‌କୁ ସ୍ୱତନ୍ତ୍ର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ଅହମ୍ମଦାବାଦର ସାବରମତି ନଦୀ ଉପରେ ରିଭର କ୍ରୁଜ୍ ରେଷ୍ଟୁରାଣ୍ଟ ତିଆରି ହୋଇଛି। ରେଷ୍ଟୁରାଣ୍ଟ ମାଲିକ ସୁହାର ମୋଦି କହିଛନ୍ତି ଯେ ବିଶ୍ୱକପ ପୂର୍ବରୁ ସମସ୍ତ ଦଳକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ଏକାଠି ଡିନର କରିବେ।

ରିପୋର୍ଟ ମୁତାବକ, ଶସ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ବାଜରା ବ୍ୟବହାର କରାଯିବ। ରାତ୍ରି ଭୋଜନରେ ଗୁଜୁରାଟି ଖାଦ୍ୟକୁ ମେନୁରେ ସାମିଲ କରାଯାଇଛି। ଏହା ବ୍ୟତୀତ ଖେଳାଳିମାନେ ଅଟଳ ଫୁଟ ଓଭରବ୍ରିଜ ମଧ୍ୟ ପରିଦର୍ଶନ କରିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.