Below header

ଭୁବନେଶ୍ୱର ହସ୍ପିଟାଲ ରୁ ଗାଏବ କରି ଓଲଟପୁର ବିଲ ମଝିରେ ପକାଇଦେଲେ

ଭୁବନେଶ୍ୱର ହସ୍ପିଟାଲ ରୁ ଗାଏବ ହୋଥିବା ବ୍ୟକ୍ତି ୮ ଦିନ ପରେ ପରିତ୍ୟକ୍ତ ଅବସ୍ଥାରେ ଓଲଟପୁର ନିକଟ କଣ୍ଟାପଡ଼ାର ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ବାନ୍ତି ହେବାରୁ ହସ୍ପିଟାଲ ଗଲେ .. ହେଲେ କ୍ୟାପିଟାଲ ହସ୍ପିଟାଲ ଯାଇ ଆଉ ଘରକୁ ଫେରିଲେନି … ଅସୁସ୍ଥତା କାରଣରୁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣଙ୍କ ହଠାତ ହୋଇଗଲେ ଗାଏବ … ଗତ ଧନତେରସ ମାନେ ଦଶ ତାରିଖ ଶୁକ୍ରବାରରୁ ନିଖୋଜ ଥିବା ବ୍ୟକ୍ତି ସପ୍ତାହ ପରେ ମିଳିଲା ତ କେଉଁ ଅବସ୍ଥାରେ … ଶରୀରରୁ ଅଙ୍ଗ ହୋଇଯାଇଥିଲା ଗାଏବ .. ଆଖି ସହ କିଡ଼ନୀ କୁ ତାଡି ନେଇଥିଲେ …ଏହି ଖବର ସମସ୍ତଙ୍କୁ ଏବେ ବ୍ୟଥିତ କରିଦେଇଛି ..

ଭୁବନେଶ୍ୱର ହସ୍ପିଟାଲ ରୁ ଗାଏବ ହୋଥିବା ବ୍ୟକ୍ତି ୮ ଦିନ ପରେ ପରିତ୍ୟକ୍ତ ଅବସ୍ଥାରେ ଓଲଟପୁର ନିକଟ କଣ୍ଟାପଡ଼ାର ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ … ଏ ବ୍ୟକ୍ତିଙ୍କ ମୁହଁରେ ଓ ଦେହରେ ଏସିଡ ଢାଳି ନଷ୍ଟ କରିଦେଇଛନ୍ତି .. ଏପରି ଏକ ସାଂଘାତିକ ଘଟଣା ରାଜଧାନୀରେ ଘଟିଛି।

ମୃତକ ଜଣକ ହେଲେ କେଳୁଚରଣ ରାଉତରାୟ। ବୟସ ତେପନ ବର୍ଷ … କେଳୁଚରଣଙ୍କ ଘର ୟୁନିଟ୍-ୱାନ୍ ଅଞ୍ଚଳରେ। କେଳୁଚରଣ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ବେଳେ ତାଙ୍କ ମୃତଦେହ କଟକ ଜିଲ୍ଲା ଓଲଟପୁର ନିକଟ କଣ୍ଟାପଡ଼ାର ଏକ ବିଲ ମଝିରୁ ମିଳିଛି। ସେ ଶୁକ୍ରବାରରୁ ନିଖୋଜ ଥିଲେ । ନିଖୋଜ ନେଇ କ୍ୟାପିଟାଲ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ଗତ ଗୁରୁବାର ସକାଳୁ କଟକ ଓଲଟ ପୁର ଥାନା ଇଛା ପୁରରେ ଏକ ବିଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମୁହଁରେ ଏସିଡ୍ ମାଡ଼ ହୋଇଥିବା ଓ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଦେହକୁ ଜବତ କରି କଟକ ବଡ଼ ମେଡିକାଲ କୁ ପଠାଇଛି ପୋଲିସ। ପୋଷ୍ଟ ମୋଟମ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ..

ଭୂବନେଶ୍ଵର ଅଞ୍ଚଳର କେଳୁଚରଣ ରାଉତରାୟ’ ସେ ଗତ ଶୁକ୍ରବାର ଧନତେରସା ଠାରୁ ଥିଲେ ନିଖୋଜ । ଗତ କାଲି ସକାଳୁ କଟକ ଜିଲ୍ଲା ଓଲଟପୁର ଥାନା ଇଛା ପୁର ଠାରେ ଏକ ବିଲରୁ ଦୁର୍ଗନ୍ଧ ହେଉଥିବା ଜାଣି ଏକ ଗଳିତ ମୃତ ଦେହ ପଡିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ପଡିଥିବା ମୋବାଇଲ ରୁ ଯୋଗାଯୋଗ କରିବାରୁ ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଛନ୍ତି । କେଳୁଚରଣଙ୍କୁ ହତ୍ୟା କରାଯାଇଥିବା ଭଉଣି ସସ୍ମିତା ରାରତ ରାୟ ଅଭିଯୋଗ କରିଛନ୍ତି। ତେବେ ରୋଗୀଙ୍କ ମୃତଦେହ ହସ୍ପିଟାଲ ରୁ କିପରି ଓଲଟପୁର ବିଲରୁ ମିଳିଲା ତା ସହ ଆଖି, କିଡନୀ କିପରି ତଡ଼ା ହେଲା ତାହା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.