Below header

କଲରା ଏବଂ କମଳାର ଶୁଖିଲା ଚୋପାକୁ ଏକାଠି ଗ୍ରାଇଣ୍ଡିଂ କରି ମୁହଁରେ କରନ୍ତୁ ସ୍କ୍ରବ, ଆଉ କମାଲ ଦେଖନ୍ତୁ

କଲରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ସ୍ୱାଦ ପିତା ହେତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି କଲରା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ବରଂ ଏହାକୁ ବ୍ୟବହାର କଲେ ଚର୍ମ ମଧ୍ୟ ବହୁତ ଭଲ ରହେ । କଲରାକୁ ବ୍ୟବହାର କଲେ ମୁହଁରେ କୁଞ୍ଚନ, ବ୍ରଣ ଏବଂ ଦାଗ ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ଚର୍ମରେ କଲରାକୁ କିପରି ବ୍ୟବହାର କରିବା ।

ଦାଗ ଏବଂ ବ୍ରଣକୁ ଦୂର କରେ 

ଗୋଟିଏ କଲରା ଏବଂ ଲିମ୍ବର ଦଶଟି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ବର୍ତ୍ତମାନ ଏହି ପେଷ୍ଟରେ ଅଧା ଚାମଚ ହଳଦୀ ପାଉଡର ମିଶାନ୍ତୁ । ଏହି ପ୍ୟାକ୍କୁ ଆପଣଙ୍କ ମୁହଁ ଏବଂ ବେକରେ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ପରେ ମୁହଁ ଧୋଇ ଦିଅନ୍ତୁ ।

ଚମକୁଥିବା ଚର୍ମ ପାଇଁ

ଗୋଟିଏ କଲରା ଏବଂ କମଳାର ଶୁଖିଲା ଚୋପାକୁ ଏକତ୍ର ଗ୍ରାଇଣ୍ଡିଙ୍ଗ କରନ୍ତୁ। ଏଥିରେ ଏକ ଚାମଚ ମୁଲତାନି ପାଉଡର ମିଶାଇ ସେଥିରେ ଅଧା ଚାମଚ ମଇଦା ମିଶାନ୍ତୁ । ଏସବୁକୁ ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ସ୍କ୍ରବକୁ ଦଶ ମିନିଟ୍ ପାଇଁ ମାଲିସ୍ କରନ୍ତୁ, ତାପରେ ଏହାକୁ ୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ମୁହଁକୁ ସଫା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ଚର୍ମ କୁଞ୍ଚନ ପାଇଁ

ଏକ ବଡ ଚାମଚରେ କଲରା ରସ ନିଅନ୍ତୁ । ଏଥିରେ ଦୁଇ ଚାମଚ ଦହି ଭଲ ଭାବରେ ମିଶାନ୍ତୁ । ଆହୁରି ମଧ୍ୟ ଏଥିରେ ଏକ ଅଣ୍ଡାର ଧଳା ଅଂଶ ବାହାର କରି ଏହି ମିଶ୍ରଣରେ ମିଶାନ୍ତୁ। ସେଗୁଡ଼ିକୁ ଭଲ ଭାବରେ ମିଶାଇ ମୁହଁ ଏବଂ ବେକରେ ଲଗାନ୍ତୁ । ଏହା ପରେ ଏହାକୁ ଧୋଇଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.