Below header

୩୫ ହଜାର ଟଙ୍କାର Gucci ବେଲ୍ଟ ଦେଖି ଝିଅକୁ ମା ହୋଇଗଲେ ଆଶ୍ଚର୍ଯ୍ଯ, କହିଲେ…

ଆମେ ସମସ୍ତେ ବ୍ରାଣ୍ଡେଡ୍ ଜିନିଷ ନେବାକୁ ପସନ୍ଦ କରୁ । କିନ୍ତୁ ବ୍ରାଣ୍ଡେଡ୍ ସାମଗ୍ରୀର ମୂଲ୍ୟ ଅଣ ବ୍ରାଣ୍ଡେଡ୍ ଜିନିଷ ଅପେକ୍ଷା ବହୁତ ଅଧିକ । ଏହି କାରଣରୁ ଆମେ ବେଳେବେଳେ ଆମ ବାପା ମାଙ୍କ ଦ୍ୱାରା ଗାଳି ମଧ୍ୟ ଖାଇଥାଉ । ସୋସିଆଲ ମିଡିଆରେ ଏହିପରି ଗୋଟିଏ ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଇନଷ୍ଟାରେ ଜଣେ ୟୁଜର ଏହାକୁ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମାଆ ଅନିତା ଗୁପ୍ତା ତାଙ୍କର ଝିଅ ଚବ୍ବୀ କିଣିଥିବା ବେଲ୍ଟର ଦାମ ଶୁଣି ତାଜୁବ ହୋଇଯାଉଛନ୍ତି ।

ମା ଝିଅକୁ ପଚାରିଥିଲେ ବେଲ୍ଟର ଦାମ୍ କେତେ ? ଏହାର ଉତ୍ତରରେ ଝିଅ କହିଥିଲେ, ବେଲ୍ଟର ଦାମ୍ ହେଉଛି ୩୫ ହଜାର ଟଙ୍କା । ଯାହା ଶୁଣି ମା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କେବଳ ସେତିକି ନୁହେଁ ସେ ଦାମ୍ ଶୁଣି ରାଗି ବି ଯାଉଛନ୍ତି । ଆଉ ଉତ୍ତରରେ ମାଆ ବେଲ୍ଟକୁ ସାଧାରଣ ସ୍କୁଲ ବେଲ୍ଟ ସହିତ ତୁଳନା କରୁଛନ୍ତି । ଏହାସହ ସେ ତାଙ୍କ ପୁଅକୁ ଡାକି କୁହନ୍ତି ଯେ, ଏହି ବେଲ୍ଟଟି ଡିପିଏସ୍ ସ୍କୁଲ ବେଲ୍ଟ ପରି ଦେଖାଯାଉଛି ।

ତା’ପରେ ଭିଡିଓରେ, ତିନିଜଣ ଲୋକ ବହୁତ ହସୁଥିବା ନଜର ଆସିଛନ୍ତି । ଯାହାକୁ ଇନଷ୍ଟାରେ ଭାଇରାଲ କରାଯାଇଛି । ତେବେ ଭାଇରାଲ ହେବା ପରେ ୟୁଜର୍ସମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । କେହି କେହି ଦେଖିବା ପରେ ନିଜର ହସକୁ କଣ୍ଟ୍ରୋଲ କରିପାରନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.