Below header

ଶହେ ରୋଗ ଦୂର କରେ : ପ୍ରକୃତିର ବରଦାନ କଳା ଲୁଣ ବା ବ୍ଲାକ୍ ସଲ୍ଟ,

କଳା ଲୁଣ ବା ବିଟ ଲୁଣ ବା ବ୍ଲାକସଲ୍ଟ । ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଏହାକୁ ପ୍ରାକୃତିକ ଲୁଣ ମଧ୍ୟ କୁହାଯାଏ । ଏଥିରେ ରହିଛି ୮୦ ପ୍ରକାରର ରାସାୟନିକ ପଦାର୍ଥ । ଆୟୁର୍ବେଦ ଅନୁସାରେ ଦୈନିକ ଧଳା ଲୁଣ ତୁଳନାରେ କଳା ଲୁଣ ସେବନ କଲେ ବହୁତ ଫାଇଦା ମିଳିବ । କଳା ଲୁଣ ଖାଇଲେ କୋଲେଷ୍ଟ୍ରୋଲ, ଡାଇବେଟିଜ୍, ଉଚ୍ଚ ରକ୍ତଚାପ, ମାନସିକ ଚାପ ବା ଡିପ୍ରେସନ୍, ବଭିନ୍ନ ପେଟ ରୋଗ ଭଲ ହୋଇଥାଏ । ଖାଲି ସେତିକି ନୁହେଁ, ଦେହରୁ ଚର୍ବି କମାଇବାରେ, ତଣ୍ଟି କୁଣ୍ଡାଇ ହେଉଥିଲେ କଳାଲୁଣ ଭଲ କାମ ଦିଏ । ପୁଣି ଆଂଠୁ ଗଣ୍ଠି ଯନ୍ତ୍ରଣା, ରକ୍ତହୀନତା, ମଧ୍ୟ ଦୂର କରାଏ ଏହି କଳା ଲୁଣ । ହୃଦରୋଗୀଙ୍କ ପାଇଁ ଏହି ଲୁଣ ଖୁବ୍ ଲାଭଦାୟକ । କାରଣ ଏଥିରେ ଧଳା ଲୁଣ ତୁଳନାରେ କମ୍ ମାତ୍ରାରେ ସୋଡ଼ିୟମ ରହିଥାଏ ।

BLACK SALT-2

ସକାଳେ ପ୍ରତିଦିନ କଳା ଲୁଣକୁ ପାଣିରେ ମିଶାଇ ପିଇଲେ ସ୍ବାସ୍ଥ୍ୟ ଭଲ ରହେ । ଗଣ୍ଠି ଯନ୍ତ୍ରଣା ବେଳେ କଳା ଲୁଣକୁ କପଡ଼ାରେ ଗୁଡ଼ାଇ ଗରମ ସେକ ଦେଲେ ଆରାମ ମିଳେ । ନିୟମିତ ଭାବେ ଏହି ସେକ ଦେଲେ ଯନ୍ତ୍ରଣା ପୂରାପରି ଦୂର ହେବା ସହ ହାଡ଼ ମଧ୍ୟ ମଜଭୁତ ହୁଏ ।

ତେବେ ବଜାରରେ ଅନେକ ପ୍ରକାର କଳାଲୁଣ ମିଳୁଛି । ତା ଭିତରେ କିଛି ଭେଜାଲ ମଧ୍ୟ ରହିଛି । କିଛି କଳାଲୁଣରେ ସାଦା ଧଳାଲୁଣ ମଧ୍ୟ ମିଶାଇ ଦିଆଯାଉଛି । ତେଣୁ କିଣିବା ପୂର୍ବରୁ ଭଲ ଭାବେ ବୁଝି ଭଲ କଳାଲୁଣ କିଣିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.