ଆପଣ ଜାଣିଛନ୍ତି କି ରାତିରେ ଓଦା ମୋଜା ପିନ୍ଧିବାର ଚମତ୍କାରୀ ଫାଇଦା

ଆପଣ ବୋଧେ ଏହା ଭାବୁଥିବେଯେ ଓଦା ମୋଜା ପିନ୍ଧିବାରେ କଣ ସତରେ ଫାଇଦା ହୋଇଥାଏ ! ଆଜି ଆମେ ଆପଣଙ୍କୁ ଓଦା ମୌଜା ପିନ୍ଧିବାର ସମସ୍ତ ଫାଇଦା ବିଷୟରେ ଜଣାଇବୁ। ଅଧିକାଂଶ ଲୋକମାନେ ମୌଜା ଓଦା ହେବା ମାତ୍ରକେ ହିଁ ପାଦରୁ ଖୋଲି ଦେଇଥାନ୍ତି। ଆପଣ ଏହା ଜାଣି ନିଶ୍ଚିତ ଆଶ୍ଚର‌୍ୟ୍ୟ ହେବେଯେ ଓଦା ମୋଜାକୁ ପିନ୍ଧିବା ଆମର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରାତିରେ ଓଦା ମୋଜା ପିନ୍ଧି ଶୋଇବାରେ କଣ ଫାଇଦା ହୋଇଥାଏ।

ଜ୍ବର ପାଇଁ ଲାଭଦାୟକ

shocksଯଦି ଆପଣ ଜ୍ବର ପାଇଁ ଚିନ୍ତିତ ଅଛନ୍ତି ଏବଂ ସବୁ ଚିକିତ୍ସା କରିବା ସତ୍ତ୍ବେ ମଧ୍ୟ ଆରାମ ମିଳି ନଥାଏ ତେବେ ଆପଣ ଓଦା ମୋଜାକୁ ବ୍ୟବହାର କରିପାରନ୍ତି। ଏହା ପାଇଁ ଆପଣଙ୍କୁ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନେଇ ସେଥିରେ ଭିନେଗାର ମିଶାନ୍ତୁ। ବର୍ତ୍ତମାନ ଏକ ଯୋଡା ମୌଜାକୁ ଭିଜାଇ ଚିପୁଡି ନିଅନ୍ତୁ। ଏବେ ଏହି ମୋଜାକୁ ପିନ୍ଧି ଶୋଇପଡନ୍ତୁ। କିଛି ସମୟ ମଧ୍ୟରେ ଆପଣଙ୍କ ଶରୀରର ତାପମାତ୍ରା କମିବାରେ ଲାଗିବ।

କଫରୁ ମିଳିଥାଏ ମୁକ୍ତି

shocks2ଯଦି ଆପଣ ମୁଣ୍ଡ ଏବଂ ଗଳାରେ ହେଉଥିବା କଫରେ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ। ଏକ ପାତ୍ରରେ ଦୁଇ କପ୍ କ୍ଷୀର, ଏକ ଚାମଚ ମହୁ ଏବଂ ଦୁଇଟି ବଡ ପିଆଜ କାଟି ମିଳାଇ ଦିଅନ୍ତୁ। ଏହାକୁ ୧୫ ମିନିଟ୍ ପର‌୍ୟ୍ୟନ୍ତ ଏମିତି ହିଁ ରହିବାକୁ ଦିଅନ୍ତୁ। ଏବେ ଏକ ଯୋଡା ମୋଜାକୁ ଭିଜାଇ ପାଣିକୁ ଚିପୁଡି ବାହାର କରିଦିଅନ୍ତୁ। ଏହି ମୋଜାକୁ ପିନ୍ଧି ରାତି ସାରା ଶୋଇଯାଆନ୍ତୁ। ପିଆଜ ଏବଂ କ୍ଷୀରରେ ଆଣ୍ଟିବ୍ୟାକ୍ଟେରିୟଲ ଏବଂ ଆଣ୍ଟି ଇଂଫ୍ଲେମେଣ୍ଟୋରୀ ଗୁଣ କଫକୁ ହାଲୁକା କରି ବାହାର କରିଦିଏ।

ଏହା ସହ ପଢ଼ନ୍ତୁ : ଏହି ରାଶିର ବ୍ଯକ୍ତି ସବୁବେଳେ ହାତରେ ପିନ୍ଧନ୍ତୁ ନାଲି ସୂତ୍ର, ମିଳିବ ଶୁଭଫଳ ଏବଂ ହେବେ ଲାଭବାନ୍

ପାଚନର ସମସ୍ୟା

shocks1ନିଜର ପାଚନ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଏହି ଉପାୟ ଆପଣାନ୍ତୁ। ଏକ ପାତ୍ରରେ ପାଣି, କଳାଜୀରା ଏବଂ ପାନ ମଧୁରୀକୁ ମିଶାଇ ୧୫ ମିନିଟ ପର‌୍ୟ୍ୟନ୍ତ ଫୁଟାନ୍ତୁ। ଏବେ ମିଶ୍ରଣରେ ମୋଜାକୁ ଭିଜାଇ ପାଣିକୁ ଚିପୁଡି ଦେଇ ପିନ୍ଧିକି ଶୋଇ ପଡନ୍ତୁ।

କବ୍ଜ ଠାରୁ ମୁକ୍ତି

shocks3ଯଦି ଆପଣଙ୍କୁ ପ୍ରାୟ ସମୟରେ କବ୍ଜର ସମସ୍ୟା ଚିନ୍ତା ଦେଇଥାଏ ତେବେ ଏହି ଉପାୟ ନିଶ୍ଚିତ ଆପଣାନ୍ତୁ। ଅଧା ପେସା ହୋଇଥିବା ଲହୁଣି, ଅଧା ସେଓ, ଏକ ଚାମଚ ମହୁ ଏବଂ ଏକ ଚାମଚ ରାଶିକୁ ଏକ ପାଣିରେ ଭରି ପାତ୍ରରେ ମିଶାନ୍ତୁ। ଏବେ ମୋଜାକୁ ଏହି ମିଶ୍ରଣରେ ମିଶାଇ ପାଣିକୁ ଚିପୁଡି ଦିଅନ୍ତୁ। ଏହି ମୋଜାକୁ ରାତି ସାରା ପିନ୍ଧି ଶୋଇବା ଦ୍ବାରା ସକାଳେ ଆପଣଙ୍କ ପେଟ ସଫା ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.