ଶିକ୍ଷକଙ୍କୁ ତାଲା ପକାଇ ନିର୍ଦ୍ଧୁମ ଛେଚିଲେ ଗାଁଲୋକ, ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ

ବାଲେଶ୍ବର (କେନ୍ଯୁଜ୍) : ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ଅଭିଯୋଗ ପରେ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବିଇଓ ।

teacher

ଅଭିଯୋଗ ଅନୁଯାୟୀ, ଖଇରା ଝିଙ୍କିରିଆ ବିଦ୍ୟାଳୟର ଶିକ୍ଷକ ଦାମୋଦର ମହାନ୍ତି ଗତ ଶନିବାର ବିଦ୍ୟାଳୟ ୨ଜଣ ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଏନେଇ ଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କୁ ଜଣାଇଥିଲେ । ଆଜି ଗାଁଲୋକ ବିଦ୍ୟାଳୟକୁ ଯାଇ ଶିକ୍ଷକଙ୍କୁ ତାଲା ପକାଇ ନିସ୍ତୁକ ପିଟିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଶିକ୍ଷକଙ୍କୁ ଉଦ୍ଧାର କରି ଗିରଫ କରିଥିଲା । ଏହି ଘଟଣାକୁ ନେଇ ସ୍କୁଲ ପରିସରରେ  ଉତ୍ତେଜନା ଲାଗି ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.