Below header

ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଅନୁଭବ, ଶ୍ରେଣୀ ହେଲା ଡ଼ବା, ସ୍କୁଲ ହେଲା ରେଳଗାଡ଼ି

ସ୍କୁଲ କାନ୍ଥରେ ଅଙ୍କାଯାଇଛି ରେଳ ଗାଡ଼ିର ଚିତ୍ର । ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ମାଲକାନଗିରି ଜିଲ୍ଳା ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଟ୍ରେନର ଚିତ୍ର ଅଙ୍କାଯାଇଥିବା ଦେଖିବାକୁ ମିଳିଛି । ରେଳଗାଡ଼ି ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ପାଠ ପଢା ପ୍ରତି ଛାତ୍ରଛାତ୍ରୀଙ୍କର ବେଶ ଆଗ୍ରହ ସୃଷ୍ଟି ହୋଇଛି ।

ମାଲକାନଗିରି ସଦର ମହକୁମାର ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ଦେଖିବାକୁ ଅବିକଳ ଟ୍ରେନ୍‌ ଭଳି । ରାଜଧାନୀ ଭୁବନେଶ୍ୱରରୁ ସୁଦୂର ମାଲକାନଗିରିକୁ ଯାତ୍ରା କରୁଥିବା ମାଲ୍ୟବନ୍ତ ଏକ୍ସପ୍ରେସ ଭଳି ହୋଇଛି ସ୍କୁଲ ଘର । ଏହି ଉପାନ୍ତ ଅଂଚଳରେ ରେଳ ଯାତାୟତ କରେ ନାହିଁ । ରେଳ ଦେଖିନାହାନ୍ତି ଏଠାକାର ଆଦିବାସୀ । ତେଣୁ ସେମାନଙ୍କୁ ରେଳ ବିଷୟରେ ଅବଗତ କରାଇବା ନେଇ ଏଭଳି ଚିତ୍ର ଅଙ୍କାଯାଇଛି ।

ଟ୍ରେନର ଚିତ୍ର ଦେଖି ସ୍କୁଲରେ ପାଠପଢିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି ହୋଇଛି । ସେପଟେ ସରକାର ଏହି ଜିଲ୍ଲା ପ୍ରତି ଦୃଷ୍ଟି ଦେଇ ରେଳ ଚଳାଚଳର ସୁବିଧା କରିବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.