ଏସିଆ କପ୍ : ପାକ୍ ଅଧିନାୟକ ମାନିଲେ, ଆମେ ଭାରତର ସମକକ୍ଷ ନୋହୁଁ

ଦୁବାଇ : ପାକିସ୍ତାନ କ୍ରିକେଟ୍ ଟିମ୍ ଅଧିନାୟକ ସର୍ଫରାଜ ଅହମଦ ମାନିଗଲେ ଯେ ଭାରତୀୟ ଦଳ ତାଙ୍କ ଦଳ ଠାରୁ ବହୁ ଗୁଣରେ ସମର୍ଥ ଓ ଦକ୍ଷ । ତେଣୁ ଆମେ ତାଙ୍କ ସମକକ୍ଷ ଖେଳ ଦେଖାଇ ପାରିଲୁ ନାହିଁ । ଦୁବାଇରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଦୁଇ ଦୁଇ ଥର ଶୋଚନୀୟ ଭାବେ ହାରିଛି ପାକ୍ ଦଳ । ପ୍ରଥମ ମ୍ୟାଚରେ ୮ ୱିକେଟ ଓ ଦ୍ବିତୀୟ ମ୍ୟାଚରେ ୯ ୱିକେଟରେ ପରାସ୍ତ ହୋଇଛି । ତେବେ ଦ୍ବିତୀୟ ମ୍ୟାଚରେ ସେମାନେ ଅତି କମରେ ୪ଟି କ୍ୟାଚ୍ ଛାଡ଼ିଛନ୍ତି । କ୍ୟାଚ୍ ଛାଡ଼ି ମ୍ୟାଚ୍ ଜିତି ହୁଏ ନାହିଁ । ତେଣୁ ଉଭୟ ଫିଲଡିଂ ଓ ବ୍ୟାଟିଂ ଏବଂ ବୋଲିଂରେ ଉନ୍ନତି ଆଣି ତାଙ୍କ ଦଳ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ଜିତିବ ଏବଂ ଫାଇନାଲରେ ପହଞ୍ଚିବ ବେଲି ସର୍ଫରାଜ କହିଛନ୍ତି । ଫାଇନାଲରେ ତାଙ୍କ ଦଳ ବହୁତ ଭଲ ଖେଳିବ ବୋଲି ସେ ପ୍ରତିଶ୍ର ୁତି ଦେଇଛନ୍ତି ।  ଭାରତ ଠାରୁ ହାରିବା ପରେ ସର୍ଫରାଜ ଏବଂ ତାଙ୍କ ଖେଳାଳିଙ୍କୁ ପାକ୍ ଦର୍ଶକ ଅନେକ ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.