Below header

ଏମିତି ଥିଲେ ଜଣେ ରସିକିଆ ରାଜା, ଯାହାଙ୍କର ଥିଲେ ୩୬୫ ରାଣୀ, ଲଣ୍ଠନ ଲଭିଲେ ସେହି ରାଣୀ ରାତିକ ପାଇଁ ତାଙ୍କର

ଭାରତର ଇତିହାସ ଯେତିକି ସମ୍ରୁଦ୍ଧଶାଳୀ ସେତିକି ଶକ୍ତିଶାଳୀ ଏବଂ ଚମତ୍କାରୀ ମଧ୍ୟ। ଭାରତରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିବା ରାଜା ବହୁତ ଅଛନ୍ତି, ଯାହାଙ୍କର କାହାଣୀ ଆଜି ମଧ୍ୟ ଇତିହାସ ପତ୍ରରେ ପଢ଼ିବା ପାଇଁ ମିଳିଥାଏ। କିଛି ରାଜା ଏମିତି ମଧ୍ୟ ଥିଲେଯେ ଯାହାଙ୍କର ଚର୍ଚ୍ଚା ପଢ଼ିବା ପାଇଁ କୌଣସି ଆବଶ୍ୟକତା ନାହିଁ। କହିବାର ତାତ୍ପର୍ଯ୍ଯ ଏହା ହେଉଛି ଯେ ଏପରି ରାଜା ମାନଙ୍କ ବିଷୟରେ ଆମେ ମାନେ ବହିରେ ପଢ଼ିଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ରାଜା ଭୂପିନ୍ଦର ସିଂଙ୍କର କିଛି ଖାସ କଥା ଜଣାଇବାକୁ ଯାଉଛୁ। ଆଜି ଆପଣଙ୍କୁ ରାଜା ଭୂପିନ୍ଦର ସିଂଙ୍କର ବ୍ୟକ୍ତିଗତ ଜୀବନର କିଛି ଅଜଣା କାହାଣୀ ଜଣାଇବାକୁ ଯାଉଛୁ।

rani3

୩୬୫ ରାଣୀଙ୍କର ଏକମାତ୍ର ସ୍ବାମୀ ଥିଲେ ରାଜା ଭୂପିନ୍ଦର ସିଂ

rani 2ପଟିଆଲାରେ ରାଜ୍ କରୁଥିବା ଭୂପିନ୍ଦର ସିଂ ମହାରାଜାଙ୍କର ପ୍ରାୟ ୩୬୫ ରାଣୀ ଥିଲେ। କିନ୍ତୁ କେଉଁ ରାଣୀଙ୍କ ସହିତ ରାତ୍ରି ଯାପନ କରିବାକୁ ହେବ ଏହାର ନିଷ୍ପତ୍ତି ବହୁତ ସ୍ବତନ୍ତ୍ର ଭାବରେ କରାଯାଉଥିଲା। ତେବେ ଆସନ୍ତୁ ଜାଣିବା ରାଜାଙ୍କର ସବୁ ରାଣୀ ଏବଂ ତାଙ୍କ ସହିତ ସମ୍ବନ୍ଧ ବିଷୟରେ। ପଟିଆଲାର ରାଜଗାଦି ଉପରେ ମହାରାଜା ଭୁପିନ୍ଦର ସିଂ ପ୍ରାୟ ୩୮ ବର୍ଷ ପର୍ଯ୍ଯନ୍ତ (୧୯୦୦ରୁ ୧୯୩୮) ରାଜ୍ୟ ସମ୍ଭାଳିଥିଲେ। ୩୬୫ ରାଣୀଙ୍କ ମଧ୍ୟରୁ ଏକମାତ୍ର ରାଜାଙ୍କର ଅଧିକ୍ରୁତ ରାଣୀଙ୍କ ସଂଖ୍ୟା ମାତ୍ର ୧୦ ଥିଲା। ରାଜା ନିଜର ୩୬୫ ରାଣୀଙ୍କ ପାଇଁ ଭବ୍ୟ ମହଲ ତିଆରି କରିଥିଲେ।

ଏହା ସହ ପଢ଼ନ୍ତୁ : ଏଠାରେ ଟଙ୍କା ନେଇ ନୁହେଁ ମାଗଣାରେ ହୋଇଥାଏ ଦେହ ବ୍ଯବସାୟ, ହେଲେ ଗୋଟିଏ ସର୍ତ୍ତ..

କେଉଁ ରାଣୀଙ୍କ ସହିତ ରାତ୍ରୀ ଯାପନ କରିବେ ତାହାର ନିଷ୍ପତ୍ତି କିଛି ଏମିତି ହେଉଥିଲା

raniରାଜା ଭୂପିନ୍ଦର ସିଂଙ୍କର ପଟିଆଲା ମହଲରେ ଅନେକ ଲଣ୍ଠନ ଜଳା ଯାଇଥାଏ, କିନ୍ତୁ ଏଥିରେ ୩୬୫ଟି ଲଣ୍ଠନ କିଛି ଖାସ ଥିଲା। ସବୁଦିନ ଜଳୁଥିବା ଏହି ଲଣ୍ଠନରୁ ନିଷ୍ପତ୍ତି ନିଆଯାଉଥିଲା ଯେ ରାଜା ରାତିରେ କେଉଁ ରାଣୀଙ୍କ ସହିତ ରାତ୍ରୀଯାପନ କରିବେ। ଏହି ୩୬୫ ଲଣ୍ଠନ ଉପରେ ୩୬୫ ରାଣୀଙ୍କର ନାମ ଲେଖା ଯାଇଥାଏ। ପରଦିନ ସକାଳ ହେବା କ୍ଷଣି ଯେଉଁ ଲଣ୍ଠନ ଲିଭିଥାଏ, ରାଜା ସେହି ରାଣୀଙ୍କର ନାମ ପଢ଼ୁଥିଲେ ଏବଂ ସେହି ରାଣୀଙ୍କ ସହିତ ରାତି ବିତାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.