ଠକ ହେଲେ ଆମିର୍, ଗଧ ଉପରେ ବସି କହିଲେ ‘ଦାଦି କସମ୍’

ମୁମ୍ବାଇ : ରିଲିଜ୍‌ ହେଲା ଠଗସ୍‌ ଅଫ ହିନ୍ଦୁସ୍ଥାନର ଆଉ ଏକ ମୋସନ ପୋଷ୍ଟର । ପୋଷ୍ଟରରେ ଆମିର ଖାନ୍‌ଙ୍କ ଫିରଙ୍ଗୀ ଲୁକ୍‌ ଦେଖିବାକୁ ମିଳିଛି । ପୋଷ୍ଟରକୁ ଆମିର ଖାନ୍‌ ସୋସିଆଲ ଆକାଉଣ୍ଟ‌ରେ ଶେୟାର କରି ଲେଖିଛନ୍ତି, “ଆରେ ଏ ତ ମୁଁ। ଫିରଙ୍ଗୀ ମଲ୍ଲାହ। ଏହାଠାରୁ ଦୁନିଆର ବିଶ୍ୱସ୍ତ ମଣିଷ କେହି ନାହିଁନ୍ତି। ସତ୍ୟ ଆମର ଦ୍ୱିତୀୟ ନାଁ ଓ ଭରସା ମୋର କାମ, ଦାଦି କସମ”। ପୋଷ୍ଟରରେ ଆମିର ଗଧ ଉପରେ ବସି ସଲାମ କରୁଥିବା ନଜର ଆସିଛନ୍ତି।

ଏଥିରେ ସେ ନୀଳ ରଙ୍ଗର ଜ୍ୟାକେଟ ସହ ଧଳା ଧୋତି ପ୍ୟାଣ୍ଟରେ ବେଶ ସୁନ୍ଦର ଦେଖାଯାଉଛନ୍ତି। ଏଥିସହ ତାଙ୍କ ଅଣ୍ଟାରେ ଲାଗିଛି ଏକ ମଦ ବୋତଲ। ପୋଷ୍ଟରକୁ ଦେଖି ଯାହା ଲାଗୁଛି ଆମିର ଏଥିରେ ଜଣେ ବଡ ଠକ ଭୂମିକାରେ ନଜର ଆସୁଛନ୍ତି ବୋଲି ଅନୁମାନ କରାଯାଉଛି।

ଏହାପୂର୍ବରୁ କ୍ୟାଟ୍ରିନା କୈଫଙ୍କ ପୋଷ୍ଟର ରିଲିଜ୍‌ ହୋଇଥିଲା। ପୋଷ୍ଟରରେ କ୍ୟାଟରିନାଙ୍କ ଗ୍ଲାମରସ ଲୁକ୍‌ ଦେଖିବାକୁ ମିଳିଥିଲା। ଫିଲ୍ମରେ ସୁରେୟା ଚରିତ୍ରରେ ନଜର ଆସୁଛନ୍ତି କ୍ୟାଟରିନା। ଲେହେଙ୍ଗା ଚୋଲିରେ ଲାଜବାବ ଲାଗୁଛନ୍ତି କ୍ୟାଟରିନା। ଫିଲ୍ମରେ ଆମିର ଖାନ୍‌ , ବିଗ ବି ଅମିତାଭ ବଚ୍ଚନ, କ୍ୟାଟରିନା କୈଫ୍‌, ଫତିମା ଶେଖ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବିଜୟ କୃଷ୍ଣା ଆଚାର୍ଯ୍ୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ୟଶରାଜ ବ୍ୟାନର ଫିଲ୍ମର ପ୍ରଯୋଜନା କରିଛନ୍ତି । ୮ ନଭେମ୍ବରରେ ରିଲିଜ ହେବ ଫିଲ୍ମ । ୟଶରାଜ ବ୍ୟାନରର ଏହା ସବୂଠୁ ବ୍ୟୟବହୁଳ ଫିଲ୍ମ । ସମୁଦ୍ର ଲୁଟେରାଙ୍କ ଉପରେ ଫିଲ୍ମର କାହାଣୀ । ଭାରତ ସମେତ ବିଦେଶରେ ବି ଅନେକ ସ୍କ୍ରିନ୍‌ରେ ରିଲିଜ ହେବ ଫିଲ୍ମ ଠଗ୍‌ସ ଅଫ୍‌ ହିନ୍ଦୁସ୍ଥାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.