ପତଳା ହେବାକୁ ଅଧିକ ଡାଏଟିଂ କରୁଛନ୍ତି କି, ଜାଣନ୍ତୁ ଏହାର ସାଇଡ୍‌ ଇଫେକ୍ଟ

ଆଜିକାଲି ଲୋକମାନେ ଓଜନ କମ୍‌ କରିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି। କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ଡାଏଟ୍‌ କଣ୍ଟ୍ରୋଲ। ଲୋକମାନେ ଭାବୁଛନ୍ତି ଡାଏଟିଂ କଲେ ହିଁ ଶୀଘ୍ର ଓଜନ କମିପାରିବ। କିନ୍ତୁ ବୋଧେ ଆପଣ ଜାଣି ନଥିବେ ଯେ ଅଧିକ ଡାଏଟିଂ କରିବା ଆପଣଙ୍କ ଶରୀର ଉପରେ କୁ-ପ୍ରଭାବ ପକାଇପାରେ। ଯଦି ଆପଣ ଠିକ୍‌ ଭାବେ ଡାଏଟ୍‌ କରିବେ, ତେବେ ଓଜନ କମିବ। କିନ୍ତୁ ଯଦି ଶୀଘ୍ର ପତଳା ହେବା ଲୋଭରେ ଆବଶ୍ୟକତା ଠାରୁ ଅଧିକ ଡାଏଟିଂ କରୁଛନ୍ତି ତେବେ ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ।

ଏକ୍ସପର୍ଟଙ୍କ କହିବାନୁସାରେ, ଜଣେ ବ୍ୟକ୍ତିଙ୍କୁ ଦିନ ଭିତରେ ୧,୨୦୦ରୁ ୨,୬୦୦ କ୍ୟାଲେରୀର ଆବଶ୍ୟକତା ରହିଛି। ଏଣୁ ଯେଉଁମାନେ ଏହା ଠାରୁ କମ୍‌ ଖାଉଛନ୍ତି, ସେମାନଙ୍କ ଶରୀର ଦୁର୍ବଳ ହୋଇପାରେ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଡାଏଟିଂ କରୁଥାନ୍ତି, ତେବେ ଏସବୁ ସମସ୍ୟାର ସାମ୍ନା କରିପାରନ୍ତି…

ପାଚନ ଓ ଷ୍ଟୋନ୍‌ ସମସ୍ୟା:

କମ୍‌ ଖାଇବା ଦ୍ୱାରା ହଜମ କ୍ରିୟା ପ୍ରଭାବିତ ହୋଇଥାଏ। ପାଚନ ତନ୍ତ୍ରକୁ ମଜଭୁତ କରିବା ପାଇଁ ଫାଇଭର ଆବଶ୍ୟକ, ଯାହା ଖାଦ୍ୟରୁ ମିଳେ। କିନ୍ତୁ ଡାଏଟିଂ କଲେ ଶରୀରକୁ ସେ ସବୁ ତତ୍ତ୍ୱ ମିଳିପାରେ ନାହିଁ ଯାହା ଶରୀର ଚାହିଁଥାଏ। ଫଳରେ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୁଏ। ଶରୀରକୁ କମ୍‌ କ୍ୟାଲୋରୀ ମିଳିଲେ ପିତ୍ତାଶୟରେ ଷ୍ଟୋନ୍‌ ଆଶଙ୍କା ବଢ଼େ।

ଥକାପଣ ଓ ଚିଡ଼ଚିଡ଼ା ଲାଗିବା:

ଖାଦ୍ୟ ନ ଖାଇଲେ ଶରୀରକୁ ଏନର୍ଜି ମିଳିପାରେ ନାହିଁ। ଫଳରେ ଥକା ଓ ଦୁର୍ବଳ ଲାଗେ। ଏହା ଦ୍ୱାରା ଲୋକମାନେ ଚିଡ଼ଚିଡ଼ ହୋଇଥାନ୍ତି। ଏଭଳି ଲୋକଙ୍କର ବ୍ଲଡ ସୁଗାର ଲେବଲ ବି କମ୍‌ ହେବାକୁ ଲାଗେ।

ମେଟାବଲିଜମ୍‌ ଉପରେ ପ୍ରଭାବ ପଡ଼େ:

କମ୍‌ ଖାଉଥିବା ଲୋକଙ୍କ ମେଟାବଲିଜିମ୍‌ ଉପରେ ପ୍ରଭାବ ପଡ଼େ। କମ୍‌ ଖାଇବା ଦ୍ୱାରା ବା ଡାଏଟିଂ କରିବା ଦ୍ୱାରା ବେଳେ ବେଳେ ଲୋକଙ୍କ ଓଜନ ବଢ଼ି ବି ଯାଏ। ଏହାର କାରଣ ମେଟାବଲିଜିମ୍‌। ଡାଏଟିଂ କରିବା ଫଳରେ ମାଂସପେଶୀ ଢିଲା ହୋଇପାରେ। ଫଳରେ ଶରୀରର ସେପ୍‌ ବିଗିଡ଼ି ଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.