Below header

ରାତି ସମୟରେ ଖାଲି ପେଟରେ ଶୋଇଲେ ଦେଖାଦିଏ ଏହି ସବୁ ଗମ୍ଭୀର ସମସ୍ୟା

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମେଦବହୁଳତା ନେଇ ଚିନ୍ତାରେ ରହୁଛନ୍ତି । ଏମିତିରେ ନିଜ ନିଜ ଓଜନକୁ କମ ବା କଣ୍ଟ୍ରୋଲ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ମାନ ବି ଅବଲମ୍ବନ କରୁଛନ୍ତି । କିଛି ଲୋକ ତ ନିଜ ଓଜନ କମ କରିବା ପାଇଁ ରାତିରେ ବିନା ଖାଇ ଶୋଇଯାନ୍ତି । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏମିତି କରିବା ଦ୍ୱାରା ଓଜନ କମିବା ବଦଳରେ ଅଧିକ ବଢିଥାଏ । ଏମିତିକି ବ୍ୟକ୍ତିର ସ୍ୱଭାବରେ ବି ଚିଡଚିଡା ପଣ ପରିଲକ୍ଷିତ ହୋଇଥାଏ । ଏକ୍ସପୋର୍ଟଙ୍କ ଅନୁଯାୟୀ ରାତିରେ କିଛି ନଖାଇବା ବଦଳରେ ହାଲୁକା କିଛି ଖାଇ ଶୋଇବା ଉଚିତ । ତେବେ ଆସନ୍ତୁ ଜାଣିବା ରାତିରେ ନଖାଇ ଶୋଇଲେ କଣ କଣ ଅସୁବିଧା ହୋଇଥାଏ ।

obesity

୧. ଓଜନ ବଢେ:

ଅଧିକାଂଶ ସମୟରେ ଲୋକେ ନିଜ ଓଜନ କଣ୍ଟ୍ରୋଲ କରିବା ପାଇଁ ଅଧିକାଂଶ ମିଲ ସ୍କିପ କରିଦିଅନ୍ତି । ଏହାକୁ ଏବେକା ସମୟରେ ଡାଏଟିଂର ନାମ ଦିଆଯାଇଛି । କିନ୍ତୁ ହୁଏତ ଜାଣି ନଥିବେ ଏମିତି କରିବା ଦ୍ୱାରା ଓଜନ କମିବା ବଦଳରେ ଅଧିକ ବଢିଥାଏ ।

stress

୨. ଚାପ ବଢେ:

ରାତିରେ ନଖାଇ ଶୋଇବା ଫଳରେ ମଣିଷର ମସ୍ତିସ୍କ ଉପରେ ବି ଗଭୀର ପ୍ରଭାବ ପଡିଥାଏ । ଏହି କାରଣରୁ ଏକ ପୁର୍ଣ ନିଦ ବି ହୋଇନଥାଏ । ତେଣୁ ରାତି ଖାଇବାକୁ ଭୁଲରେ ଛାଡିବା ଉଚିତ ନୁହେଁ ।

mood

୩. ମୁଡ଼ ବିଗିଡି ଯାଏ:

ଅଧିକ ସମୟ ଭୋକିଲା ରହିଲେ ବ୍ୟକ୍ତିର ମନ ଉପରେ ବି ପ୍ରଭାବ ପଡିଥାଏ । ବେଳେ ବେଳେ କୌଣସି କାରଣରେ ବି ରାଗିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ମୁଡ଼କୁ ବାଲାନ୍ସ ରଖିବା ପାଇଁ କାର୍ବୋହାଇଡ୍ରେଟ ଖାଦ୍ୟ ଖାଇବା ନିହାତି ଜରୁରୀ ।

କଣ କରିବେ;

-ରାତି ଖାଇବା ବିଲକୁଲ ନଖାଇବା ବଦଳରେ ହାଲକା ଖାଦ୍ୟ ଖାଆନ୍ତୁ । ଏଥିରେ ଡାଲି, ରୁଟି, ଭାତ, ଖେଚୁଡ଼ି , ରୋ ଷ୍ଟେଡ଼ ଚିକେନ, ଦଳିଆ, ପନିର, ସାଲାଡ, ଫଳ ଆଦି ସେବନ କରିବା ଉଚିତ ।

– ରାତିରେ ଶୋଇବାର ୨ ରୁ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ ।

– ସନ୍ଧ୍ୟା ସମୟରେ ଭୋକ ଲାଗୁଥିଲେ ଭାରି ଖାଦ୍ୟ, ବାହାର ଖାଦ୍ୟ, ଜଙ୍କ ଖାଦ୍ୟ ନ ଖାଇ କିଛି ଘରୋଇ ଖାଦ୍ୟ ହିଁ ଖାଆନ୍ତୁ । ଏହି ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ପପ କର୍ଣ୍ଣ, ଡ୍ରାଏ ଫ୍ରୁଟିସ, ବାଦାମ, ଭଜା ବୁଟ ବା ତାଜା ଫଳ ବି ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.