Below header

ଶିଶୁକୁ ସ୍ତନପାନ କରାଉଥିବା ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ଜଣାନ୍ତୁ କଣ କଣ

ବିଶେଷଜ୍ଞଙ୍କ ଅନୁଯାୟୀ ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳା ମାନେ ନିଜ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । ଯଦି ସେମାନେ ଏମିତି ସେମିତି କିଛି ଖାଆନ୍ତି ଯାହା ତେବେ ତାହାର ସିଧାସଳଖ ପ୍ରଭାବ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏମିତିକି ଶିଶୁ ଗୁରୁତର ରୋଗର ଶିକାର ହୋଇପାରେ । ତେଣୁ ଶିଶୁକୁ ସ୍ତନପାନ କରାଇବା ସମୟରେ ଓ ଗର୍ଭବତୀ ଥିବା ସମୟରେ ମହିଳା ମାନଙ୍କୁ କିଛି ବିଶେଷ ଦିଗ ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ ।

breastfeeding

– ଡେଲିଭରି ପରେ ମହିଳା ମାନଙ୍କୁ ତେଲ ମସଲା ମୁକ୍ତ ସାଧା ଖାଦ୍ୟ ଖାଇବାକୁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି । ଅପେକ୍ଷାକୃତ କମ ଖାଇବା ପାଇଁ ବି କୁହାଯାଇଥାଏ । କାରଣ ମା’ର ସ୍ୱାସ୍ଥ୍ୟ ଯେତେ ଭଲ ରହିବ ସେହି ପରି ଉତ୍ତମ ରହିବ । ଏହି ସମୟରେ ଅଧିକ ଛଣାଛଣି ଖାଦ୍ୟ ବି ବର୍ଜନୀୟ ।

– ନବଜାତ ଶିଶୁଙ୍କୁ ସ୍ତନପାନ କରାଉଥିବା ସମୟରେ ଆପଣ ଚାହା, କଫି ପରି ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ଦରକାର ।

breastfeeding

– ଏହି ସମୟରେ ଅଧିକ ରୁ ଅଧିକ ତଟକା ଫଳ ତଥା ପନିପରିବା ଖାଇବା ସର୍ବୋତ୍ତମ । ଶିଶୁ ଜନ୍ମ ନେବା ପରେ ପ୍ରତ୍ୟକ ମହିଳା ପ୍ରତିଦିନ ଅତି କମରେ ଦୁଇ ଗିନା ଫଳ ଖାଇବା ଉଚିତ । କଦଳୀ, ଆମ୍ବ, କମଳା, ଅଙ୍ଗୁର, ତରଭୁଜ, ସେଓ ଆଦି ସେବନ କରିବା ଉଚିତ ।

– ଶିଶୁଙ୍କୁ ସ୍ତନପାନ କରାଉଥିବା ମହିଳା ମଦ ତଥା ଆଲକୋହଲ ଠାରୁ ଦୂରେଇ ରହିବା ଉଚିତ ।

– ଅନ୍ୟ ଖାଦ୍ୟ ଭିତରେ କାକୁଡି, ଡାଲଚିନି, କଳା ଗୋଲମରିଚ, ମାଛ , ରସୁଣ ଆଦି ବି ଖାଇବା ଉଚିତ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.