ଆପଣଙ୍କ ହାତ ପାପୁଲିରେ ରହିଛି କି ଏହି ଚିହ୍ନ , ଧନ ପ୍ରାପ୍ତି ସହ ମିଳିବ ମାନ ସମ୍ମାନ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ହାତରେ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ଚିହ୍ନ ରହିଥାଏ । ଶୁଭ ଚିହ୍ନ ଦେଖାଯାଉଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସଫଳତା ମିଳିଥାଏ । ଅନ୍ୟପେଟ ଅଶୁଭ ଚିହ୍ନ ଦ୍ବାରା ଜୀବନରେ କଷ୍ଟ ଭୋଗ କରିବାକୁ ପଡିଥାଏ । ଯେକୌଣସି ବ୍ୟକ୍ତିଙ୍କ ହାତରେ କିଛି ବିଶେଷ ଚିହ୍ନ ରହିଥାଏ , ଯାହାଫଳରେ ସେମାନଙ୍କୁ ଧନ,ପଦ,ମର୍ଯ୍ୟାଦା ଆଦି ପ୍ରାପ୍ତ କରିବାରେ କେହି ବି ଅଟକାଇ ପାରିନଥାନ୍ତି ।

ଆସନ୍ତୁ ଜାଣିବା ଏପରି ଭାଗ୍ୟ ବଦଳାଇ ଦେଉଥିବା କିଛି ଚିହ୍ନ ସମ୍ପର୍କରେ :

trisulହାତରେ ତ୍ରିଶୂଳ ଚିହ୍ନ : ହାତ ପାପୁଲିରେ କୌଣସି ବ୍ୟକ୍ତିଙ୍କର ଯଦି ତ୍ରିଶୂଳ ଚିହ୍ନ ରହିଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ତ୍ରିଶୂଳ ଚିହ୍ନ ମଙ୍ଗଳ ପର୍ବତର ଉପରେ ରହିଥାଏ ତେବେ ଏହା ଅଧିକ ଶୁଭକାରୀ ସାବ୍ୟସ୍ତ ହୋଇଥାଏ । ଯାହା ଧନବାନ,ଗୁଣବାନ୍ ଏବଂ ସମାଜରେ ପ୍ରତିଷ୍ଠା ପ୍ରାପ୍ତିର ଅଧିକାରୀ ହେବାର ସିଧା ସଙ୍କେତ ଦେଇଥାଏ।

lotusପଦ୍ମ ଫୁଲର ଚିହ୍ନ : ହାତରେ ପଦ୍ମ ଫୁଲର ଚିହ୍ନ ବହୁତ ଶୁଭ ହୋଇଥାଏ । ହାତରେ ପଦ୍ମ ଫଉଲର ଚିହ୍ନ ଥିଲେ ଉକ୍ତ ବ୍ୟକ୍ତି ଜୀବନରେ କେବେ ଅସଫଳ ହୋଇନଥାନ୍ତି । ପଦ୍ମ ଫୁଲର ଚିହ୍ନ ବିଷ୍ଣୁ ଯୋଗ କରିଥାଏ । ଯାହା କାରଣରୁ ଏହି ବ୍ୟକ୍ତିଙ୍କ ଜୀବନରେ କେବେ ଟଙ୍କାର ଅଭାବ ରହିନଥାଏ ।

tarajuତରାଜୁ ଚିହ୍ନ : ହାତରେ ତରାଜୁର ଚିହ୍ନ ଲକ୍ଷ୍ମୀ ଯୋଗର ପ୍ରତିକ ଅଟେ । ଏହି ଚିହ୍ନ ଥିଲେ ବ୍ୟକ୍ତଙ୍କ ଉପରେ ମା ଲକ୍ଷ୍ମୀ ବିଶେଷ ଭାବେ ଆର୍ଶିବାଦ କରିଥାନ୍ତି ଏବଂ ଯାହା କାରଣରୁ ଜୀବନରେ କେବେ ଧନର ଅଭାବ ନରହିବା ସହ ଉନ୍ନତି ମିଳିଥାଏ ।

swashtikସ୍ବସ୍ତିକ ଚିହ୍ନ : ତରାଜୁ ଚିହ୍ନ ଭଳି ସ୍ବସ୍ତିକ ଚିହ୍ନକୁ ମଧ୍ୟ ଶୁଭ ବୋଲି ଧରାଯାଇଥାଏ। କୌଣସି ବି ଶୁଭ କାର‌୍ୟ୍ୟ, ପୂଜାପାଠରେ ସ୍ବସ୍ତିକ ଚିହ୍ନ କଲେ ପୂଜା ସଫଳ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ରରେ ହାତରେ ସ୍ବସ୍ତିକ ଚିହ୍ନ ଥିବା ଶୁଭ ବୋଲି ଧରାଯାଇଥାଏ । ହେଉଁ ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ଥାଏ ସେ ଖୁବ୍ ଭାଗ୍ୟଶାଳୀ ହେବା ସହିତ ଧନ ସମ୍ପଦର ଯୋଗ ରହିଥାଏ ।

Leave A Reply

Your email address will not be published.